STORYMIRROR

Kabiratna Nutan Kumar Behera

Romance Classics Inspirational

3  

Kabiratna Nutan Kumar Behera

Romance Classics Inspirational

ହୋଲିରେ ହୋଲି

ହୋଲିରେ ହୋଲି

1 min
199

ହୋଲିରେ ହୋଲି

ଅବିର ରଙ୍ଗର ପସରା ମେଲି

ଆସୁ ତୁ ଦୋହଲି ଦୋହଲି

କେତେ ରଙ୍ଗ ତୋର

ସବୁଜ ବାଇଗଣି ଗୋଲାପୀ

ହଳଦିଆ ନୀଳ ଘନନୀଳ ନାଲି

ମଳୟ ବହେ ସୁଲୁ ସୁଲୁ

ପ୍ରେମ ଫୁଲ ଫୁଟେ ପାଖୁଡା଼ ମେଲି

ମନ ହୁଏ କୁତୁ କୁତୁ

ଆସିଛି ପରା ବସନ୍ତ ଋତୁ

ଭାବ ବିହ୍ଵଳ କରେ ଗାଇ କୋଇଲି

ହୋଲିରେ ହୋଲି

ମୋ ପ୍ରିୟା ନବ ନହୁଲୀ

ପଲକେ ଝଲକେ ଚଇତି ମଲ୍ଲୀ

ମହକେ ତାର ଝୁଲି ଝୁଲି

ଅକୁହା କଥା କହିଦିଏ ଖୋଲି

ସୁନ୍ଦର ପୋଷାକ ତାର ଝିଲିମିଲି

ଲାଜେଇ ଲାଜେଇ ହସେ ଖିଲି ଖିଲି

ତା' ମୁହେଁ ବୋଳି ଦେଲେ ରଙ୍ଗ

ସରମେ ନରମି ଯାଏ ପାଖରୁ ଚାଲି

ହୋଲିରେ ହୋଲି

ରଙ୍ଗରେ ଅଙ୍ଗ ଭଳି କି ଭଳି

ରଙ୍ଗ ବୋଳା ମୁହଁ ଦିଶେ ନକଲି

ଚିହ୍ନା ଲାଗେ ଅଚିହ୍ନା

ଲୁଚି ଛପି ଯାଏ କିଏ ଅସଲି

ରଙ୍ଗ ରଙ୍ଗେଇ ଦିଶେ ରଙ୍ଗେଲୀ

ହୋଲି ଦିଏ ବୁଝେଇ

କପଟ କରନା କା' ସାଥେ

ରଙ୍ଗ ବେରଙ୍ଗ କରି ଦେବ ସବୁ

ଜୀବନଟା ଲାଗିବ ଖାଲି ଖାଲି

ହୋଲିରେ ହୋଲି

ଦେହ ରଙ୍ଗ ଧୋଇଦେଲେ ଯିବ ଚାଲି

ମନରେ ଲଗାଅ ରଙ୍ଗ 

ଶାନ୍ତି ମୈତ୍ରୀ ପ୍ରୀତି ଯିବନି ଭୁଲି

ହସ ଖୁସି ଆନନ୍ଦରେ ଦିନ ବିତାଇ

ସାରା ସଂସାର ମଧୁମୟ ହେବ

ଯେବେ ଯୁଆଡେ ଯାଅ ବୁଲି

ପ୍ରେମ କେବେ ହୁଏ ନାହିଁ ନକଲି

ଭଲ ପାଇଲେ ଭଲ ପାଇବା ମିଳେ

ଭାବର ଦୁନିଆଁ ଏ ଦେଖ ଆଖି ଖୋଲି

ମନଟାକୁ କରି ସୁନେଲୀ ସୁନେଲୀ

ହୋଲିରେ ହୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance