ହୋଲି ଉତ୍ସବ
ହୋଲି ଉତ୍ସବ
ଆସ ହେ ଖେଳିବା ହୋଲି
ଫଗୁଣ ପରଶେ ମନର ହରଷେ
ଭେଦ ଭାବ ଧାରା ମନରୁ ଭୁଲି
ଆସ ହେ ଖେଳିବା ହୋଲି ।
ସ୍ନେହ ଶ୍ରଦ୍ଧା ଜୀବନେ ବଡ଼
ଆଉ ସବୁ ପଛକୁ ଛାଡ
ନୀଳ ଗଗନରୁ ନୀଳ ରଙ୍ଗ ନେଇ
ଏକ ମେଳେ ଆସ ଉଲ୍ଲାସେ ଚାଲି ।
ଧରା ଧାମରୁ ସବୁଜ ଶୋଭା
ତହିଁରୁ ଯେ ହରିତ ନେବା
ପଦୁଅଁ ଦେଲାଣି ଗୋଲାପି ରଙ୍ଗକୁ
ସାଧବ ବୋହୂରୁ ଆଣିବା ନାଲି ।
ତୋଟା ମାଳେ ଭାଳିବା ବସି
କୋକିଳରୁ କଳା ଆଉଁସି
ହଳଦୀ ବସନ୍ତ ଯେଉଁ ରଙ୍ଗ ଦେବ
ଦିଶୁ ଥିବୁ ପାଟ ପତନି ଝିଲୀ ।
ପ୍ରେମ ରଙ୍ଗ ସବୁଠୁ ମିଠା
ଛାଡେ ନାହିଁ ଏମିତି ଅଠା
ରାଧାକୃଷ୍ଣ ଭାବ କେଡେ ଅଭିନବ
ଗୋପି ବୁଲୁ ଥିଲେ ଗଳିକୁ ଗଳି ।
ଆଖି ମୁଖେ ରଙ୍ଗ ନଦେବ
ବିପଦରୁ ଦୂରେ ରହିବ
ଜୀବନ ବଞ୍ଚିଲେ ସବୁ କିଛି ଅଛି
ସେହି ପରା ଆମ ରତନ ମାଳି ।

