Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

baishnaba meher

Romance

3  

baishnaba meher

Romance

ତୁମେ

ତୁମେ

1 min
191


କେମିତି କହିବି ବିରହ ଯନ୍ତ୍ରଣା

ପ୍ରତିକ୍ଷଣେ ହୃଦୟ ଖୋଜୁଛି ତୁମକୁ,

ତୁମ ସେଇ ମୋନାଲିଶା ହସ

ବାରମ୍ବାର ଟାଣୁଛି ତୁମ ପାଖକୁ ।


ନିଶାର୍ଦ୍ଧରେ

ଯେବେ ଭାବେ ତୁମ କଥା

ମନ ମୋର ଅସ୍ଥିର ହୁଏ,

ତୁମ ଭାବନାରେ ମଗ୍ନ ହୋଇ

ଲୋମ ତକ ଟାଙ୍କୁରି ଉଠେ ।


କାହିଁକି

ତୁମକୁ ଝୁରେ ମୋ ମନ,

ଓଠ ମୋର ଲାଜ କରେ,

ଭାବନାରେ ମଗ୍ନ ହୋଇ,

ତୁମ ପ୍ରତିଛବିକୁ

ଦଉଥାଏ ପ୍ରୀତିଭରା ଚୁମ୍ବନ ।


ମୋ ଭାବନା ରାଇଜେ

ତୁମେ ଏକ ନିଆରା ପରିକଳ୍ପନା,

ସଙ୍ଗିନୀ ଗୋ ତୁମେ

ମୋ ପାଇଁ

ପୁନେଇ ରାତିର ସୁନେଲି ଜୋଛନା ।


Rate this content
Log in