STORYMIRROR

Rabindra kumar Sahoo

Tragedy Others

4  

Rabindra kumar Sahoo

Tragedy Others

ସେ ଝାଡୁଦାର

ସେ ଝାଡୁଦାର

1 min
228

    ଅଳିଆ ଆବର୍ଜ୍ଜନା

       ସଫା କରି କରି

    ଏ ସମାଜର

       ଏ ସଂସାରର

     ଝାଡ଼ୁ ମାରି ମାରି

    ଭାର୍ଯ୍ୟାଳୟଠାରୁ

        କାର୍ଯ୍ୟାଳୟ ଯାଏଁ

    ପରିବାର ଠାରୁ

        ପରିବେଶ ଯାଏଁ

     ସଜାଇଛି ନିଜକୁ

        ସେ ଝାଡୁଦାର

          ସେ ଝାଡୁଦାର ।

     ଘର ପରିବାର

       ସମାଜେ ନିନ୍ଦିତ ତା'ର

      ଅଳିଆ ଆବର୍ଜ୍ଜନାରେ

        ଘାଣ୍ଟି ହୋଇ ହୋଇ

      ଆବର୍ଜ୍ଜନା ପୂର୍ଣ୍ଣ ହୋଇଛି

       ଜୀବନ ତାହାର

     ପାଇଖାନା ଠାରୁ ପାର୍ଲ୍ୟାମେଣ୍ଟ ଯାଏଁ

      ଲୋଡା ପଡ଼ିଥାଏ ସବୁଠି ତା'ର

      ସେ ଝାଡୁଦାର

          ସେ ଝାଡୁଦାର।

      ମା' ପରି ଅଟେ

         ସେବା କର୍ମ ତା'ର

       ବୁଝେନା ଏ ମଣିଷ ଜାତି

      ବୁଝନ୍ତିନି ଏ କଥା

         ସ୍ଵଛଳ ବର୍ଗ ଓ ଉଚ୍ଚ ଜାତି

       କଥା କଥାକେ

           ନାକ ଟେକନ୍ତି ତାକୁ

       ଜୀବନଟା ହୁଏ

          ଦୁର୍ବିସହ ତା'ର

       ମା' ପରି ମଇଳା ସଫା କରି

       ଘୃଣାର ପାତ୍ର ସାଜେ

           ଏ ସମାଜର

        ହେଲେ ଅସନା କର୍ମ କରି

        ଆବର୍ଜ୍ଜନା ମୁକ୍ତ କରେ ସେ

         ଆମ ପରିବେଶର

       ମନେ ଓ ହୃଦେ ନ ଥାଏ

        ତା'ର ତିଳେ ହେଁ ବିକାର

        ନ ଭାଳେ ସଫେଇ କର୍ମକୁ

          ହୀନ କର୍ମ ବୋଲି ତା'ର

        ସେ ଝାଡୁଦାର

            ସେ ଝାଡୁଦାର ।

        ପିତାମାତାଙ୍କର ଅବୈଧ

           ସନ୍ତାନ ଭଳି

         କରନ୍ତି ସମାଜେ 

          ସଭିଏଁ ତାକୁ ବ୍ୟବହାର

       ସତେ କି ପାପ କରି ଦେଇଛି

         କରି ସଫେଇ କାର୍ଯ୍ୟ ତା'ର

        ନାଳ, ନର୍ଦ୍ଦମା, ପାଇଖାନା,

        ରାସ୍ତାଘାଟ ଠାରୁ,

          କଳକାରଖାନା ଓ                          

  କାର୍ଯ୍ୟାଳୟ ଯାଏଁ

        ସବୁଠାରେ ରହିଥାଏ

         ତା'ର କାର୍ଯ୍ୟ ଭାର

        ନିଜେ ଅପରିଷ୍କାର ରହି

         ଅପରିଚ୍ଛନ୍ନ ରହି

         ସଦା କରୁଥାଏ ସଫା

          ଏ ସଂସାରର

        ଧନ୍ୟ ଧନ୍ୟ ତା'ର ଧୈର୍ଯ୍ୟକୁ

        ଧନ୍ୟ ତା'ର

        ସରସତା ଓ ସୁନ୍ଦରତାକୁ

         କି ଯୋଗେ ଗଢିଲା ବିହି

          ବିକାର ଶୂନ୍ୟ

         ତା'ର ସେ ମନ ଓ ଶରୀର

        ସବୁ କଳଙ୍କକୁ ଧୋଇ ଧାଇ

          ସଫା କରି

         ନିଜ ଜୀବନକୁ କଳଙ୍କିତ

          କରେ ତା'ର

         ସମାଜ ଆଖିରେ ନିନ୍ଦିତ,

          ଘୃଣିତ ହୋଇ ମଧ୍ୟ

         ଗଢିତୋଳେ ଏ ସମାଜକୁ

         ଏ ସଂସାରକୁ ସରସ ସୁନ୍ଦର

         ସେ ଝାଡୁଦାର

            ସେ ଝାଡୁଦାର ।

         ନୀଳକଣ୍ଠ ସାଜି

          ଅହରହ ବିଷପାନ କରି

        ମଦ୍ୟପ ସଜାଇ ନିଜକୁ

        ପୁଣି ନିଜକୁ ସଜାଇ ନିଶାଖୋର

         ମଇଳା, ଅସନା, ଆବର୍ଜ୍ଜନାକୁ

         ଦେଶୁ, ବିଶ୍ଵୁ ସଫା କରି କରି

         କଟୁଥାଏ ଦୁଃଖ, ରୋଗ,

          ଶୋକରେ ଦିନ ତା'ର

        ବୁଝନ୍ତିନି କେହି

         ସମାଜେ, ଦେଶେ ଓ ବିଶ୍ଵେ

          ଦୁଃଖ, କଷ୍ଟ ତା'ର

          ଲାନ୍ଛିତ, ଶୋଷିତ

         ଘୃଣିତ ହୋଇ

        କଟିଯାଇଥାଏ ଦିନ ତା'ର

        ପିଢି ପରେ ପିଢ଼ି

        ଘୃଣାର ପାତ୍ର ସଜାଏ

         ଏ ସମାଜ

       ସଦା ରହେ ହୋଇ ହତାଦର

       ସୁଶିକ୍ଷା, ପରିଚ୍ଛନ୍ନତା ତଥା

        ସୁନ୍ଦର ସ୍ଵାସ୍ଥ୍ୟ ପାଇଁ କେହି

        ନ ଶିଖାନ୍ତି ଓ ନ କରନ୍ତି

        ତାକୁ ସୁବ୍ୟବହାର

          ସେ ଝାଡୁଦାର

             ସେ ଝାଡୁଦାର ।


Rate this content
Log in

Similar oriya poem from Tragedy