ସ୍ବପ୍ନ
ସ୍ବପ୍ନ
ସାଗର ପିଟଇ ବେଳାରେ ତା' ମଥା ବେଳା ଡେଇଁ ଯିବା ମନ
ଅପହଞ୍ଚ ଇଚ୍ଛା ମନ ମଧ୍ୟେ ମରେ ଅପୂର୍ଣ୍ଣ ସାଗର ସ୍ବପ୍ନ।
ମହୁମାଛିଟିଏ ଆପ୍ରାଣ ଉଦ୍ୟମେ ସାଇତି ରଖଇ ମହୁ
ସପନେ କି କେବେ ଭାବିଥିବ କେବେ ତା ମହୁକୁ କିଏ ନେଉ।
ଖୋଲିଲେ ନୟନ ଭରଇ ସପନ ଦିନ ମାସ ବର୍ଷ ପାଇଁ
ସପନ ଗୁଡିକୁ ସତ କରିବାକୁ ଜୀବନଟା ହାଇଁପାଇଁ।
କିଏ ଅବା ଜାଣେ କେଉଁ ସପନଟି ନେଇଥାଏ କେଉଁ ମୋଡ
ପ୍ରାପ୍ତ ହୁଏ କେବେ ସ୍ବପ୍ନ ଅପହଞ୍ଚ, କେବେ ସପନଠୁଁ ବଡ।
ସପନ ଟିକକ ସତ କରିବାର ପ୍ରୟାସ ଯା ନିରନ୍ତର
କାଳର ବଳରେ ତାହାର ସପନ ହୁଅଇ ନିଶ୍ଚେ ସାକାର।
ସପନର ପଥେ ଥାଉ ଅନ୍ଧକାର ବଢିଲେ ଦି ପାଦ ଆଗେ
ଆଲୋକ ଦେଖାଏ ଆଶାର ସୁରୁଜ ଚଳ ଯେବେ ସତ ମାର୍ଗେ।
ସ୍ପପ୍ନ ଆଶାବରୀ ସପନ ପ୍ରହରୀ ସପନ ଗଢେ ଜୀବନ
ସ୍ବପ୍ନ ସବୁ ତୁମ ହୁଅନ୍ତୁ ସାକାର ଖୁସି ଭରା ରହୁ ମନ।
