ସାଥୀ ତୁମେ
ସାଥୀ ତୁମେ
ସାଥୀ ତୁମେ ମୋର ଜନ୍ମ ଜନ୍ମାନ୍ତର
ପ୍ରିୟତମା ପ୍ରାଣପ୍ରିୟା
ଭାବିବନି କେବେ ଭିନ୍ନ ପରସ୍ପର
ଆମ୍ଭେ ଦୁହେଁ କାୟାଛାୟା ।
ଆସୁ ଦୁଃଖକଷ୍ଟ ଯେତେ ଝଡଝଞ୍ଜା
ପଡିବାନି ଭାଙ୍ଗି ନଇଁ
ବାହିନେବା ଡଙ୍ଗା ଏ ଭବ ସାଗରେ
ହାତକୁ ହାତ ମିଳାଇ ।
ଚାଲିବା ଏକତ୍ର ହାତଧରି ଆମ୍ଭେ
ହୋଇ ଏକମନ ପ୍ରାଣ
ରଖିବା ସାଇତି ସ୍ମୃତି ପ୍ରତିଛବି
ଜୀବନ ମଧୁର ସ୍ବପ୍ନ ।
ହେବି ମୁଁ ସ୍ପନ୍ଦନ ହୃଦୟେ ତୁମର
ଝରିଯିବି ଲୁହ ହୋଇ
ଆସେ ଯଦି ମୃତ୍ଯୁ ଦେଉଛି ବଚନ
ପାତିଦେବି ଛାତି ମୁହିଁ ।
ହୃଦର ସ୍ପନ୍ଦନ ନିଃଶ୍ବାସ ପ୍ରଶ୍ବାସ
ତୁମର ଗଲେ ଅଟକି
ପୂର୍ବରୁ ନିଶ୍ଚୟ ପ୍ରାଣବାୟୁ ମୋର
ପିଣ୍ଡରୁ ଯିବ ଛାଡିକି ।