ସାହିତ୍ୟିକ ବନ୍ଧୁଗଣଙ୍କୁ ପଦେ
ସାହିତ୍ୟିକ ବନ୍ଧୁଗଣଙ୍କୁ ପଦେ
ସମସ୍ୟା ରହିଛି ଓ ରହିବ, ସମାଧାନ ତାର ମଧ୍ୟ
ଅଛି, ଲଢ଼ିବା ବିବ୍ରତ ନହୋଇ
ଭାଙ୍ଗିବାନି, ଭାବନା ରହିବ ଯଦି ଆସିଛି ମୁଁ ଏକା,
ଜିବି ବି ଏକା, ସଙ୍ଗେ କେହି ଯିବେ ନାହିଁ ।
ଜୀବନର ଅନ୍ୟ ନାମ ତ ସଂଘର୍ଷ, ସଂସାରରେ ଘର
କରିଥିଲେ ପଥର ପଡିଲେ ସହି
ଆସୁ ଯେତେ ବାଧାବିଘ୍ନ, ମନ ପ୍ରାଣ ଦେଇ କରିବା
କର୍ମ କର୍ତ୍ତବ୍ୟ କେବେ ବିବ୍ରତ ନହୋଇ ।
ଜୀବନ ପାଇଁ ଧନ, ଜନ, ନିଜ ସ୍ୱାର୍ଥ ଚିନ୍ତା ଲୋଡା
ଅତି ଧନ ଲୋଭ ବିପଦ ତ ଆଣେ
ଯେତେ ଜ୍ଞାନ ଥାଇ କିଛି ଲାଭ ନାହିଁ ଅବିଶ୍ୱାସୀକୁ
ଯିଏ ଵିଶ୍ୱାସ କରିଥାଏ ନିଜ ଜୀବନେ ।
ଅବଶ୍ୟ ଧନ କରେ କିଛି ଚାହିଦ ପୂରଣ, ହେଉ
ପଛେ ମଣିଷର ଅଢେ଼ଇ ଦିନର ଜୀବନ
ଅତି ଲୋଭେ, କର ଯଦି ଏମିତି କର୍ମ ଆସିବ ମରଣ,
ଜାଣିନକି ଲିଓ ଟଲଷ୍ଟୟଙ୍କର ଗପ ଉପାଖ୍ୟାନ ।
କଥା ଅଛି ଆବେ ପର୍ଶୁ ଯାବେ ପର୍ଶୁ ବାବୁ ପର୍ଶୁରାମ
ପଇସା କଣ ନ କରେ କାମ
ତେଣୁ ମନ ମଧ୍ୟରେ ଅଛି ଆଜିକା ଯୁଗରେ ଧନ ସବୁ
କିଛି, ଧ୍ୱଂସ କରିଛି ସ୍ନେହ ଓ ପ୍ରେମ ।
ଆହେ ସାହିତ୍ୟିକ ବନ୍ଧୁଗଣ, ତୁମେ କବି, ପ୍ରବନ୍ଧକାର
ଏବଂ ତୁମେ ଶିକ୍ଷକ ଏହି ସମାଜର,
ନୂତନ ଦିଗନ୍ତ ଦେଖାଇ ପୁଂଜିର ପ୍ରାଧାନ୍ୟକୁ ପରାହତ
କରି ସମୃଦ୍ଧ କର ବାଣୀ ଭଣ୍ଡାରକୁ ଉତ୍କଳର ।
