ସାବିତ୍ରୀଙ୍କ ସ୍ବପ୍ନର ଦୁନିଆ
ସାବିତ୍ରୀଙ୍କ ସ୍ବପ୍ନର ଦୁନିଆ
ମଦ୍ର ଦେଶେ ନରେଶ ଅଶ୍ୱ ପତି ବିଖ୍ୟାତ
କୌଶଲ୍ୟା ଯେ ତାଙ୍କ ମହାରାଣୀ ରୂପବନ୍ତ।
ତାଙ୍କ ଔରଷରୁ ଜନ୍ମି ଦୁହିତା ସାବିତ୍ରୀ
ସୁନ୍ଦରତା ପଣେ ଦିଶୁଥାନ୍ତି ରୁପବତୀ।
କନ୍ଯା ବିବାହ ଲାଗି ଖୋଜିନ୍ତି ବରପାତ୍ର
ଖୋଜି ଖୋଜି ନପାଇ ରାଜାହେଲେ ନୟାନ୍ତ।
ଶେଷେ ରାଜକୁମାରୀ ନିଜେ କଲେ ପସନ୍ଦ
ଶାଲ୍ବ ନରେଶ ରାଜ କୁମାର ସତ୍ୟବାନ ।
ସାବିତ୍ରୀ କଥାରେ ରାଜା ହେଲେ ସହମତ
ବିବାହ ର ଲଗ୍ନ ପୁଣି କଲେ ସ୍ଥିରିକୃତ।
ଏ ସମୟେ ନାରଦ ହୋଇଣ ଉପସ୍ଥିତ
କହିଲେ ସତ୍ୟବାନ ଙ୍କ ମୃତ୍ୟୁର ଦୋଷ ।
ସବୁ କଥା ଶୁଣି ସାବିତ୍ରୀ ନିଶ୍ଚିତ ହେଲେ
ସତ୍ୟବାନଙ୍କ ସହିତ ବିବାହ ଯେ କଲେ।
ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ସ୍ଥିର କଲେ
ସତ୍ୟବାନ ସାବିତ୍ରୀ ସଙ୍ଗେ ଅରଣ୍ୟ ଗଲେ।
ବନେ କାଠ ହାଣୁ ହାଣୁ ମୂର୍ଛିତ ହୋଇଲେ
ସାବିତ୍ରୀ ଖୋଜି ଖୋଜି ବୃକ୍ଷମୂଳେ ପାଇଲେ।
କିଛିକ୍ଷଣେ ସତ୍ୟବାନ ପ୍ରାଣ ତ୍ଯାଗ କଲେ
ଆଚମ୍ବିତ ସାବିତ୍ରୀ ଶୋକାକୁଳେ କାନ୍ଦିଲେ।
ସତ୍ୟବାନଙ୍କୁ କୋଳେ ଧରି ବ୍ଯଥିତ ସତୀ
ଶୋକେ ରୋଦନ କରନ୍ତି ଫେରିଆସ ପତି।
ବିଳମ୍ବ ନକରି ଯମରାଜ ଉଭା ହେଲେ
ସତ୍ୟବାନ ପ୍ରାଣ ନେଇ ଯମରାଜ ଗଲେ।
ସାବିତ୍ରୀ ଯମରାଜଙ୍କୁ ଅନୁଧାବନ କଲେ
ଅନୁଧାବନର କାରଣ ସେ ପଚାରିଲେ।
ପତି ବିନା କେମିତି ଯେ ସେ କାଟିବେ ଦିନ
ଏକା ଏକା ବଞ୍ଚିବାର କିବା ପ୍ରୟୋଜନ ।
ଜନ୍ତୁରାଣ ବ୍ଯତିବ୍ଯସ୍ତ ସାବିତ୍ରୀଙ୍କୁ ନେଇ
ଇଚ୍ଛାମୁତାବେ ବର ମାଗିବାକୁ ବୋଲଇ।
ସାବିତ୍ରୀ ଶାଶୁ ଶଶୁର ଙ୍କ ଚକ୍ଷୁ ମାଗିଲେ
ହରାଇଥିବା ରାଜ୍ଯ ପ୍ରାପ୍ତି ପାଇଁ କହିଲେ।
ଶହେ ପୁତ୍ର ଜନ୍ମ ହୋନ୍ତୁ ଗର୍ଭରୁ ମୋହର
ଏହି ବର ଦେଇ ଦିଅନ୍ତୁ ହେ ଜନ୍ତୁରାଣ ।
ବରଦାନ କରି ଜନ୍ତୁରାଣ ଆଗେ ଚଳନ୍ତି
ସାବିତ୍ରୀ ତାଙ୍କୁ ଅନୁସରଣ ପୁଣି କରନ୍ତି।
କ୍ରୋଧିତ ହୋଇଯେ ପଚାରନ୍ତି ଜନ୍ତୁରାଣ
ପୁଣି କାହିଁ ପାଇଁ କରୁଛ ଅନୁସରଣ ।
ତୁମ୍ଭ ଆଶିଷେ କେମିତି ହେବି ଗର୍ଭବତୀ
ତୁମ୍ଭ ସାଥେ ଯଦି ଚାଲିଯାଆନ୍ତି ମୋ ପତି।
ମୁଁ ମୋର କର୍ମ ବଳେ ମହା ସତୀ ସାବିତ୍ରୀ
ମୋ ଅଭିଶାପେ କିପାଁ ହେଉଛ ଧର୍ମ ଦ୍ରୋହି।
ସାବିତ୍ରୀଙ୍କ ବାକ୍ଯେ ଆଚମ୍ବିତ ଜନ୍ତୁରାଣ
ଫେରେଇ ଦିଅନ୍ତି ସତ୍ୟବାନଙ୍କ ପରାଣ।
ଧନ୍ଯ ସତୀ ଧନ୍ଯଗୋ ମହାସତୀ ସାବିତ୍ରୀ
ତୁମ ସତୀତ୍ବ ବଳେ ବଞ୍ଚିଲେ ତୁମ ପତି।
ସତୀ ନାମଧାରୀ ସେହି ମହୀୟସୀ ନାରୀ
ସାବିତ୍ରୀ କର୍ମେ ସତ୍ୟବାନ ଆସିଲେ ଫେରି।
ସାବିତ୍ରୀଙ୍କ ସ୍ବପ୍ନ ଟି ସତ୍ଯ ହେଲା ଶେଷରେ
ଜନ୍ତୁରାଣଙ୍କୁ ଜିତି ସ୍ବାମୀ ଫେରି ପାଇଲେ।।

