STORYMIRROR

Prabhati Debnath

Action

3  

Prabhati Debnath

Action

ସ୍ୱାଧୀନ

ସ୍ୱାଧୀନ

1 min
23

ଭାରତ ମାତାର ସନ୍ତାନ ଆମେ

ଭାରତ ଆମର ମାଆ

ଏକତା ସୂତ୍ରରେ ବାନ୍ଧି ହୋଇ ଆମେ

ରଖିବାରେ ତାର ନାଆଁ ।।

ପରାଧୀନ ବେଳେ ଆମ ଏ ଦେଶକୁ

ବିଦେଶୀ କଲେ ଶାସନ

ଇଂରେଜ, ଫରାସୀ , ମୁସଲିମ ମିଶି

ନେଇ ଗଲେ କେତେ ଧନ ।।

ଦୁଇ ଶହ ବର୍ଷ ଇଂରେଜ ମାନେ ତ

ଆମକୁ ଶାସନ କଲେ

ଏକତ୍ରିତ ହୋଇ ସବୁ ଭାରତୀୟ

ସେମାନଙ୍କୁ ତଡ଼ି ଦେଲେ ।।

ଉଣେଇଶ ଶହ ଶତଚାଳିଶରେ 

ଇଂରେଜ ଛାଡ଼ିଲା ଦେଶ

ଅଗଷ୍ଟ ପନ୍ଦର ତାରିଖରୁ ଆମେ

ପାଳୁଅଛୁ ଏ ଦିବସ ।।

ପ୍ରଭାତ ଫେରୀର ସ୍ଲୋଗାନ ନାଦରେ

ହୁଏ ମୁଖରିତ ଦେଶ 

ତ୍ରିରଙ୍ଗା ପତାକା ଫର ଫର ଉଡ଼େ

ଦେଇ ସେ ନୂଆ ସନ୍ଦେଶ ।।

ସ୍ୱାଧୀନତା ପାଇଁ ଯେଉଁ ବୀରମାନେ

ଜୀବନକୁ ବଳି ଦେଲେ

ସେମାନଙ୍କୁ ଆମେ ସ୍ମରଣ କରି କି

ସ୍ୱାଧୀନତା ପାଳୁଥିଲେ ।।

ଭାରତ ମାତାର ଏକତା ଏ ଦେଶ

ଜାତି,ଧର୍ମ,ବର୍ଣ୍ଣ ପାଇଁ

ମିଳିମିଶି ଏଠି ସଭିଏଁ ଚଳନ୍ତି

ଭାଇ ଭାଇ ମନ ନେଇ ।।



Rate this content
Log in

Similar oriya poem from Action