ରଙ୍ଗମଞ୍ଚ....
ରଙ୍ଗମଞ୍ଚ....


ସଂସାର ର ଏଇ ରଙ୍ଗମଞ୍ଚ ମଧ୍ୟେ
ଏମିତି ମୁ ଅଭିନେତ୍ରୀ
ଦୁଃଖ ସାଗର ରେ ଅଭିନୟ କରି
ଯାଉଛି ମୁ ହାରି ହାରି ।
ପ୍ରେମ ପ୍ରତାରଣାକେତେ ଯେ ଯାତନା
ଦୁଃଖ ଦରିଆର କେତେ ବିଡମ୍ବନା
ସମ୍ପର୍କ ର ଏଇ ଯାତ୍ରା ଜଗତରେ
ଏକାକୀ ଚାଲୁଚି ହୋଇ ଆଶାହୀନା ।
ଅଭିନୟ ର ଏ ସମୟ ସୀମା ଯାଆନ୍ତା କି କ୍ଷୀଣ ହୋଇ
ଶୋଇଯାନ୍ତି ମୁ ଶାନ୍ତ ପଲକେ ଦୀର୍ଘ ନିଶ୍ୱାସ ନେଇ
ଅଭିନୟ ର ଏ ସମୟ ସୀମା ଯାଆନ୍ତା କି କ୍ଷୀଣ ହୋଇ
ଶୋଇଯାନ୍ତି ମୁ ଶାନ୍ତ ପଲକେ ଦୀର୍ଘ ନିଶ୍ୱାସ ନେଇ ।