STORYMIRROR

Prabhati Debnath

Children

3  

Prabhati Debnath

Children

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
11

ପବିତ୍ର ବନ୍ଧନ ସେ ରକ୍ଷା ବନ୍ଧନ

କେବେ ଠାରୁ ଚାଲିଅଛି

ବିପଦରେ ଅବା ଆଶା ପୂର୍ଣ୍ଣ ପାଇଁ 

ବିଶ୍ଵାସଟି ରହି ଅଛି ।।

ସ୍ୱର୍ଗ ରକ୍ଷା ପାଇଁ ଇନ୍ଦ୍ର ହାତେ ସଚ୍ଚି

ବାନ୍ଧି ଥିଲେ ସୂତା ଖିଅ

କାନିଟିରେ କୃଷ୍ଣା କୃଷ୍ଣଙ୍କୁ ବାନ୍ଧିଲେ

ବୁହାଇ ଆଖିର ଲୁହ ।।

ପଦ୍ମିନୀ ବାନ୍ଧି ଥିଲେ ରାକ୍ଷୀ ନବାବଙ୍କୁ

ରାଜ୍ୟ ନିରାପତ୍ତା ନେଇ

ସୁଭଦ୍ରା ବାନ୍ଧନ୍ତି ଜଗା ବଳିଆଙ୍କୁ

ଭଉଣୀ ସୁରକ୍ଷା ପାଇଁ ।।

ଯମୁନା ବାନ୍ଧି ଥିଲା ଯମଙ୍କ ହାତେ

ପୂର୍ଣ୍ଣ ନଦୀ ହେବା ପାଇଁ

ଭଉଣୀ ବାନ୍ଧଇ ଭାଇର ହାତରେ

ନିଜର ସୁରକ୍ଷା ପାଇଁ ।।



Rate this content
Log in

Similar oriya poem from Children