Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alekha Pasad Moharana

Romance

3.8  

Alekha Pasad Moharana

Romance

ରଖିଲି ସାଇତି

ରଖିଲି ସାଇତି

1 min
229



ମନ କାଗଜରେ

ଅସରା ଲୁହରେ

ଲେଖୁଛି ତୋତେ ମୁଁ ଚିଠି

ଭାବୁଛି ବହୁତ

ଲେଖୁଛି ଅଳପ

ସାଉଁଟି ଅଭୁଲା ସ୍ମୃତି।(୧)

ଦେଖିଥିଲି ଦିନେ

ଗାଁଆ ନଈ ତୁଠେ

ପାଖକୁ ଆସିଲୁ ଚାଲି

ଦେଖି ତୋର ରୂପ

ହେଲି ବିମୋହିତ

ମନକଥା କହିଦେଲି

କେବେ ହେବୁ ରାଣୀ

ସୁନ୍ଦରୀ ତରୁଣୀ

କହିଦେ ତୁ ମୋତେ ପ୍ରୀତି ।(୨)

ଚାହାଣୀତ ତୋର

କିମିଆଁ ନଜର

ଯାଦୁ କରିଦେଲା ମୋତେ

ଶୟନେ ସପନେ

ଅବା ଜାଗରଣେ

ଖୋଜିଲି ସୁନ୍ଦରୀ ତୋତେ

ଭୁଲି ପାରିଲିନି

ତୋ ପ୍ରେମ ସରାଗ

ଅଧିରେ ଭାବିଲି ନିତି । (୩)

ଭଲ ପାଇଥିଲି

ଆପଣାର କଲି

ସେନେହ ସୋହାଗ ଦେଇ

ସମୟ ସୁଅରେ

ସବୁ ଭାସିଗଲା

ଦେଖା ପାଇଲିନି ମୁଁହିଁ

ମନ ତଳ କଥା

ଛାତି ତଳ ବ୍ୟଥା

ପ୍ରାଣେ ରଖିଲି ସାଇତି ।(୪)


Rate this content
Log in

Similar oriya poem from Romance