STORYMIRROR

RAKHAL CHANDRA SWAIN

Romance

3  

RAKHAL CHANDRA SWAIN

Romance

ପ୍ରେମ ଇଶ୍ଵର

ପ୍ରେମ ଇଶ୍ଵର

1 min
157

ପ୍ରେମ ତ କରାଯାଏ ନି,

ଆପେ ଆପେ ହେଇଯାଏ।

ମନ ଖୋଜୁଥିବା ମନ ଆପେ ଯଦି ମିଳିଯାଏ।୧।


ପ୍ରେମ ତ କରାଯାଏ ନି,

ଆପେ ଆପେ ହେଇଯାଏ।

ପ୍ରଥମ ଦେଖାରୁ ଯଦି ଆଖି ଆଖି ମିଶି ଯାଏ।୨।


ପ୍ରେମ ତ କରାଯାଏ ନି,

ଆପେ ଆପେ ହେଇଯାଏ।

ମନରେ ମନ ମିଶିଲେ ଚିରସ୍ଥାୟୀ ହେଇଯାଏ।୩।


ପ୍ରେମକୁ ହୁଏନି ଭାଙ୍ଗି,

ପ୍ରେମ ଯଦି ହୁଏ ସତ।

ମୁଦ୍ରା ଦୁଇ ପାର୍ଶ୍ଵ ଭଳି, ଜୀବନଟା ହୁଏ ଶକ୍ତ।୪


ବୟସଟା ଯେତେ ବଢେ,

ପ୍ରେମ ହୁଏ ସେତେ ଘନ।

ପ୍ରେମ ରେ ମିଳଇ ଶାନ୍ତି, ପ୍ରେମ ପବିତ୍ର ବନ୍ଧନ।୫।


ସମସ୍ତଙ୍କୁ ଭଲ ପାଅ,

ସମସ୍ତଙ୍କ ସେବା କର।

ପ୍ରେମ ରେ ରଖନା ସର୍ତ୍ତ, ସନ୍ତୁଷ୍ଟ ହେବେ ଇଶ୍ଵର।୬।


ପ୍ରେମ ଅଟେ ଚିରନ୍ତନ,

ପ୍ରେମ ସାକ୍ଷାତ ଇଶ୍ଵର।

ପ୍ରେମ ଭାବ ଜାତ ହେଲେ, ହସିବ ସୁନା ସଂସାର।୭।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance