Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Children

3  

Sudeshna Pradhan

Children

ରହସ୍ୟ

ରହସ୍ୟ

1 min
113


ଏଇ ଜୀବନଟା ଏକ ରହସ୍ୟ       

ସଦା ନିନ୍ଦା ପ୍ରଶଂସା ଅଟ୍ଟହାସ୍ୟ |      


ଜନ୍ମ ହୁଏ ଏଠି ଜୀବ ଅଜ୍ଞାତ       

ପରେ ହୋଇଥାଏ ସୁ- କୁଖ୍ୟାତ |      


ଏଠି କିଛି ବି ତ ନୁହେଁ ନିଜର       

ତଥାପି ସବୁ କହନ୍ତି ମୋର ମୋର |     


ମାୟା ଜାଲ ବିଛାଇଛି କିଏରେ     

ସମସ୍ତଙ୍କୁ ମାୟେ ବାନ୍ଧି ଦିଏରେ |      


ଦିଶେ ସବୁ ପଶୁପକ୍ଷୀ ଏକା ପ୍ରକାର   

ପଶୁପାଳକ ଚିହ୍ନେ କେ କାହାର |     


ରହସ୍ୟମୟ ଏ ସଂସାର        

ଆଜି ଯେ ପର କାଲି ଆପଣାର |      


ଆଖି ଖୋଲି ଦେଲେ ଦିଶେ ଅପାର  

ଆଖି ବୁଜିଦେଲେ ସବୁ ଅନ୍ଧାର |      


ଖାଦ୍ୟ ଖାଏ ଜୀବ ଭିନ୍ନ ପ୍ରକାର       

କିନ୍ତୁ ପାଏ ରକ୍ତ ମାଂସ ଶରୀର |      


ପୁଣି ରହସ୍ୟ ରହିଛି ପାଦପେ      

ମାଟିପରେ ବଢନ୍ତି ଆପେ ଆପେ |      


ସବୁ ବୃକ୍ଷ ଜନ୍ମେ ଗୋଟେ ମାଟିର      

କିନ୍ତୁ ଫୁଲ ଫଳ ଗନ୍ଧ ଭିନ୍ନ ତାର |    


ମାଟିରୁ କି ପାଏ ତାହା ରହସ୍ୟ      

ଯୋଗାଏ ମିଠା ଫଳ ଖାଦ୍ୟ ଶସ୍ୟ |    


ଆଉ ଏକ ରହସ୍ୟ ଯେ ମନୁଷ୍ୟ     

ହୋଇଛି ଗଠନ ଏକା ଅବଶ୍ୟ |     


ତଥାପି ରୂପ ଗୁଣ ଭିନ୍ନ ପ୍ରକାର     

କଥାବାର୍ତ୍ତା ବି ଅଲଗା ସଭିଙ୍କର |      


ପୁଣି ଜୀବ ମଧ୍ୟେ ଗୂଢ଼ ରହସ୍ୟ        

ଗଠନ ଆକାର ଗୁଣ ଭିନ୍ନ ସର୍ବସ୍ବ |     


କେ ସ୍ତନ୍ୟପାୟୀ ସରୀସୃପ ଅଣ୍ଡଜ |    

ପୁଣି କୀଟ ପତଙ୍ଗ ପଶୁପକ୍ଷୀ ଜଳଜ ସ୍ଥଳଜ |  


ରହସ୍ୟ ଯେ ଜନ୍ମ ଆଉ ମରଣ      

ଜନମି ଶରୀରୁ ମାଟିରେ ଲୀନ |      


ସବୁଠୁ ଦୁର୍ଲଭ ଏହି ମନୁଷ୍ୟ       

ଜଳ ସ୍ଥଳ ଆକାଶେ ତାର ବାସ |     


ଏମିତି ରହିଛି ଅନେକ ରହସ୍ୟ       

ସବୁ କିଛି ମାୟାମୋହ ଅବଶ୍ୟ |       


ରହସ୍ୟ ଅଟେ ବିଜ୍ଞାନ କରାମତି       

ଆଶ୍ଚର୍ଯ୍ୟ ଜନକ କାର୍ଯ୍ୟ ଯେ କରୁଛି |    


ରହସ୍ୟ ସବୁ ଜନ୍ମରୁ ମରଣ         

ଶେଷେ ମାଟିରେ ହୋଇବା ବିଲୀନ |     


ତେଣୁ କରିଣ ସମସ୍ତେ ସୁକର୍ମ        

ରହସ୍ୟମୟ ହୋଇ ରହୁ ସଦା ନାମ |



Rate this content
Log in

Similar oriya poem from Children