Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Children

3  

Sachidananda Kar

Children

ବଡ଼ ହେବି ଦିନେ ମୁହିଁ

ବଡ଼ ହେବି ଦିନେ ମୁହିଁ

1 min
172



    ମିଠା ହସ ମୋତେ ଦିଅ ମୋ ଓଠରେ

      ଦିଅ ମହୁଝରା ଗୀତ

    ଦିଅ ପୋଛି ଲୁହ ଭୋକର ଦୁଃଖର

      ଖୁସି ଥିବ ମୋର ଚିତ୍ତ ।। 


    ନିଦ କିଛି ମୋତେ ଦିଅ ମୋ ଆଖିରେ

      ସପନ ବି ଦିଅ ଭରି

    ଆଜି ଅବା କାଲି ସପନକୁ ସବୁ

      ଦେଖାଇବି ସତ କରି ।। 


    ମଜା ମଜା ଗପ କୁହ ମୋର କାନେ

      ଶୁଣି ହେବି ଭାରି ଖୁସି

    ଶରଧାରେ ମୋତେ କୋଳେ ନିଅ ଟାଣି

      ଯାଇଥିବି ଯେବେ ରୁଷି ।। 


    ଫୁଲଟିଏ ତୋଳି ଦିଅ ସରାଗରେ

      ମୋତେ ଭଲଲାଗେ ତାହା

    ଖୁସି ଖୁସି ଦେଲେ ଆନନ୍ଦରେ ନେବି

      ଦେଉ ପଛେ ଯିଏ ଯାହା ।। 


    ଛବି ବହି ଖଣ୍ଡେ ଦିଅ ମୋ ହାତରେ

      ହରଷେ ଦେଖିବି ବସି

    ପାଶେ ବସି ମୋର ପଢ଼ାଇବ ଯେବେ

      ପଢ଼ିବି ମୁଁ ହସି ହସି ।। 


    ଅମାପ ସାହସ ଦିଅ ମୋ ପାଦରେ

      ଦେଖାଅ ସୁନ୍ଦର ରାହା

    ଆସିଲେ ଆଘାତ ଆସି ମୋ ପାଖକୁ

      କୁହ ମୋତେ ପଦେ ଆହା ।। 


    ସୁଭାବନା ଯେତେ ଦିଅ ମୋ ମନରେ

      ସରଜିବି ନିତି ନୂଆ

    ନିଜେ ମୁଁ ଗଢ଼ିବି ନିଜ ଭବିଷ୍ୟତ

      ଏମିତି ନ ଥିବି ଛୁଆ ।। 


    ଶୁଭାଶିଷ ଢାଳି ଦିଅ ମୋ ମଥାରେ

      ସେନେହରେ ମଥା ଛୁଇଁ

    ନେଇ ସେ ଆଶିଷ ସେନେହ ପରଶ

      ବଡ଼ ହେବି ଦିନେ ମୁହିଁ ।। 



Rate this content
Log in

Similar oriya poem from Children