STORYMIRROR

Sandhyarani dash

Children

3  

Sandhyarani dash

Children

ସକାଳର ସମୀରଣ

ସକାଳର ସମୀରଣ

1 min
191


ନୂଆ ସକାଳର ସମୀରଣ ଆମେ

ନୂଆ ନୂଆ ଗୁଞ୍ଜରଣ

ନାଚିବା ଗାଇବା ହସି ହସାଇବା

ଖେଳାଇବା ଜାଗରଣ।


ଆଗାମୀ ଯୁଗର ବର୍ତାବହ ଆମେ

ନୂତନ ବାରତା ଦେଇ

ଶାନ୍ତି ମୟିତ୍ରୀର ସୁଅକୁ ଛୁଟାଇ

କୁଳୁ କୁଳୁ ଗୀତ ଗାଇ।


ପୋଛି ଦେବା ଆମେ ବୋହୁ ଥିବା ଲୁହ

ହୋଇବ ଆମର ପଣ

ମଧୁର ବଚନ ରହଣି ଜୀବନ

ଖୋଲି ଅନ୍ଧ ଆବରଣ।


ଜୀବନକୁ ଜାଳି ପର ଉପକାରେ

ଯାତନା କୁ ଦେବା ଧୋଇ

ଆମେ ଭାଗ୍ୟବାନ ନିଜକୁ ମଣିବା

ମା ମାଟି ସନ୍ତାନ ହୋଇ।


ସଉରଭ ଫୁଲ ଗଉରବ ମୂଲ

ମହ ମହ ସବୁଦିନ

ଜାତି ଦେଶ ହିତେ ଦେଇ ହେବା ଧନ୍ୟ

କେଇ ଦିନର ଏ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children