ସରଳ ଭାଷାରେ ଉନ୍ନତ ଚିନ୍ତା
ସରଳ ଭାଷାରେ ଉନ୍ନତ ଚିନ୍ତା
ରୁଚୁ ନ ରୁଚୁ ଖାଅ ଯେବେ ପିତା
ଡାଇବେଟିସ୍ ର ନଥିବ ତ ଚିନ୍ତା ।
ସମୟାନୁବର୍ତ୍ତିତା ଏକ ମହତ ଗୁଣ
ଖେଳିଯାଏ ମଲ୍ଲିଫୁଲ ପରି ତା ସୁଗୁଣ ।
ସମୟାନୁବର୍ତ୍ତିତାର କଲେ ପ୍ରୟୋଗ
ଲାଭ ଅସୁମାରୀ, ହୁଏ ସୁଖ ଭୋଗ ।
ଥିଲେ ଥାଉ ପଛେ ଗୁଣ ହଜାର
ଚରିତ୍ର ନଥିଲେ ତ ସବୁ ଅସାର ।
ଚରିତ୍ରରେ ରହେ ଶୃଙ୍ଖଳା ସଂଯମତା
ପ୍ରକାଶ ହୁଏ ଆଚରଣରେ ସୁନ୍ଦରତା ।
ଅଭ୍ୟାସ କେବଳ ସ୍ଵଛ କରେ ଚରିତ୍ରକୁ
ସୁସ୍ଥ ଓ ସତେଜ ରଖେ ମଧ୍ୟ ଶରୀରକୁ ।
ଜୀବନେ କରି ଯାଉଥିବ ଖାଲି ଅୟସ
ସରି ସୁଖ ପଉଷ, ପିଟିବ ଦୁର୍ଦ୍ଦିନ ବତାସ ।
ପ
ଥବଣା ପଥିକ ତିମିରିତ ତା'ର ପଥ
ବ୍ୟର୍ଥତାରେ ମନୋରଥ ହୁଏ ତ ଅଶାନ୍ତ ।
ଶରୀର ହେବ ଦିନେ ଶିଥିଳ ଅବଶ
କିଆଁ ମନେ ଭାବିବ ତୁମେ ଏକା ପୁରୁଷ ।
ଶରୀରରୁ ଝୁଲି ପଡିଥିବା ତୁମ ମାଉଁସ
ଦିନେ ଝୁଣି ଖାଇଯିବେ ଶାଗୁଣା ଓ ବୟସ ।
ଶ୍ରମିକ ଦେଇପାରେନି ହୀରା ମୋତି ମାଣିକ
ଶ୍ରମରେ ଦୂର କରିଦିଏ ସଂସାର ଯାକର ଦୁଃଖ ।
ଘୋଟିଗଲେ ମଣିଷେ ଅଜ୍ଞାନର ତମସ
ତୁଟି ଯାଏ ମନୁ ସ୍ୱଚ୍ଛତାର ଦମ୍ଭ ପୌରୁଷ ।
ଆଜ ମୋ ହୃଦୟରୁ ତୁମ ପାଇଁ ଏ କବିତା
ଧନ ସମ୍ପତ୍ତି ଦେଇ ପାରୁନି, ଦିଏ ବାରତା ।
ଯେବେ ବୁଝିଯିବ ମୋ ବାରତାର ମୂଲ୍ୟ
ନିଶ୍ଚିତ ନିଜ ଜୀବନକୁ ଭାବିବି ଧନ୍ୟ ।