Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprava Mishra

Inspirational Others Children

3  

Bidyutprava Mishra

Inspirational Others Children

ନୂଆଖାଇ

ନୂଆଖାଇ

1 min
174



କୃଷି ପ୍ରଧାନ ଏ ରାଇଜ ଆମର

ବାର ମାସେ ତେର ଯାତ,

ନୂଆଖାଇ ଦିନ ନୂଆ ଚାଉଳରେ 

ପୂଜା ଵିଧି ଅଟେ ସେତ l

ପଶ୍ଚିମ ଓଡିଶା ମୁଖ୍ୟତଃ ମାନନ୍ତି

ନୂଆଖାଇ ପର୍ବ ଟିକୁ,

ନୂଆ ଚାଉଳର କ୍ଷୀରି ପିଠା କରି

ପୂଜନ୍ତି ପୀଠ ଦେବୀଙ୍କୁ l

ସମ୍ବଲପୁରେ ସମଲେଇଙ୍କ ପାଖେ

ଲଗାନ୍ତି ପହିଲେ ଭୋଗ,

ମାଆଙ୍କୁ ଆଶିଷ ମାଗିଥାନ୍ତି ସର୍ବେ

ବରଷକେ ଏହି ଯୋଗ l

ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀରେ 

ପଡିଥାଏ ଏହି ପର୍ବ,

ଶୁଭ ମୁହୂର୍ତ୍ତକୁ ନିର୍ଦ୍ଧାରଣ କରି

ମାନିଥାନ୍ତି ତାଙ୍କୁ ସର୍ବ l

ଦୂର ବିଦେଶରୁ ପିଲାମାନେ ତାଙ୍କ

ଆସିଥାନ୍ତି ଏହିଦିନ,

କେତେ ଆନନ୍ଦରେ ଘର ପୂରୁଥାଏ

ଖାଆନ୍ତି ସାଙ୍ଗ ହୋଇଣ l

ବଡ଼କୁ ଜୁହାରକରିଥାନ୍ତି ପୁଣି

ଭେଟ କିଛି ତାଙ୍କୁ ଦେଇ,

ସାନଙ୍କୁ ଶରଧା କରିଥାନ୍ତି ସେତ

ଶୁଭେଚ୍ଛା ତାଙ୍କୁ ଜଣାଇ l

ଏହି ପରବଟି ଆମ ସମାଜର 

ଭାଇଚାରାକୁ ବଢ଼ାଏ,

ଯୌଥ ପରିବାରେ କେତେ ସ୍ନେହ ଶ୍ରଦ୍ଧା 

 ସଭିଙ୍କୁ ଶିଖାଇ ଥାଏ ll



Rate this content
Log in

Similar oriya poem from Inspirational