ଅନ୍ତର ଅଳିଆ
ଅନ୍ତର ଅଳିଆ
ସ୍ନାନ ଶୌଚେ ତଵ ଦର୍ଶନ କରିଲେ
କି ଲାଭ ଅଛି କାଳିଆ
ସ୍ନାନ ଶୌଚ ଦେହୁ ମଳି ଧୋଇଥାଏ
ଅନ୍ତରେ ଥାଏ ଅଳିଆ
କୁହ, କି ଲାଭ ଅଛି କାଳିଆ ।
ଅନ୍ତର ଅଳିଆ ତୁମ ସ୍ପର୍ଶେ ଯାଏ
ଚରଣେ ଥିଲେ ଟି ମନ
ସତ୍ୟ ଧର୍ମ ନ୍ୟାୟ ମାପକାଠି କରି
ଆଚରିଲେ ଦୟା କ୍ଷମ
ସବୁରି ଅନ୍ତରେ ତୁମେ ପରମାତ୍ମା
ଅନୁଭବ ହୁଏ ଯେବେ ତୁମ ସତ୍ତା
ସର୍ବେ ଈଶ୍ୱର ଭଳିଆ ।
ହିଂସା ବାଦ ତର୍କୁ ରହିବ ଦୁରେଇ
ସତସଙ୍ଗେ ଥିବ ମନ
ଦୁଃଖର ଦୁଃଖିରେ ଦୁଃଖୀ ହେଉଥିବ
ଅସହାୟେ ଦେବ ଦାନ
କପଟ ତେଜିବ ଚରଣ ଧ୍ୟାୟିବ
ଭକତି ଅମୃତେ ନିତି ଭିଜୁ ଥିବ.
ଅନ୍ତରୁ ନାଶେ ଅଳିଆ ।
