ରହସ୍ଯମୟ
ରହସ୍ଯମୟ
ମାଆର ଉଦରେ ସନ୍ତାନ ଟି ବଢେ
ପେଟରେ ସେ ଯାହା ଖାଏ।
ରହସ୍ଯ ର କଥା ମାଆ ଯାହା ଖାଏ
ସନ୍ତାନ ସେଥିରୁ ପାଏ ।୧।
ଜନମ ଲଭିଲେ ଖାଇବ ଶିଶୁଟି
ଜନମଦାତା ଜାଣନ୍ତି ।
ମାଆର ସ୍ତନରେ ଆଗରୁ ସେ କ୍ଷୀର
ସାଇତି ରଖି ଥାଆନ୍ତି ।୨।
ସକାଳୁ ସୂରୁଜ ସବୁଦିନ ଉଇଁ
ସଞ୍ଜ ହେଲେ ଅସ୍ତ ଯାଏ ।
ଗ୍ରହ ଚନ୍ଦ୍ର ତାରା ନଭ ମଣ୍ଡଳ ରେ
କି ସୁନ୍ଦର ଘୁରୁଥାଏ ।୩।
ଦିନ ମାସ ଋତୁ ବର୍ଷ କାଳ
ସବୁ ଚକ୍ରବତ ଘୁରୁଥାଏ ।
କାହାର ଭୟରେ ପବନ ବହଇ
ମେଘ ବରଷା କରାଏ ।୪।
ସ୍ବେଦଜ, ଉଦ୍ଭିଦଜ ,ଅଣ୍ଡଜ ଆବର
ଜରାୟୁଜ ଜାତ ହୋଇ ।
ଏ ଧରା ଧାମ ରେ ଆତଯାତ ହୋଇ
ଜୀବନେ ଅଛନ୍ତି ରହି ।୫।
ସୁଖ ଦୁଃଖ ଘାତ ସଂଘାତ
ଆଦର ଅନାଦର ଭଲ ମନ୍ଦ ।
ଆସେ ଜୀବନରେ କେବେ କେତେବେଳେ
ମାନବ ଲଭେ ଆନନ୍ଦ ।୬।
ସବୁ ତ ରହସ୍ଯ ଭାବିଲେ ନସରେ
ଅନ୍ତ କି ମିଳିବ ତାର ?
ରହସ୍ଯମୟ ଏ ଜୀବନ ଆମର
ଧନ୍ୟ ତାର କାରିଗର ।୭।
