STORYMIRROR

Alaka Nanda

Thriller

4  

Alaka Nanda

Thriller

ରହସ୍ଯ

ରହସ୍ଯ

1 min
370

ଗାଁ ଟି ଆମର ସାଲେପୁର ରେ,

ଘର ଟିଏ ଥିଲା ଗାଁ ମୁଣ୍ଡରେ। 

ଖାଲି ପଡିଥିଲା ସେଇ ଘରଟି,

ଲୋକେ କହୁଥିଲେ ସେ ଭୁତ କୋଠି।


ସବୁଦିନ ସେଠି ରାତି ଅଧରେ,

ଗୋଟିଏ ଯାଗା ରେ ଆଲୁଅ ଜଳେ।

ଘୁଂଗୁର ର ଶବ୍ଦ ବାଜେ କାନରେ,

ହେଲେ କେହି ଆସନ୍ତିନି ନଜରେ।


ଦିନେ ବାହାରିଲି ଯିବି ସେଠିକି,

ରାତି ଅଧେ ଗଲି ସେ ଘର ଠିକି।

କବାଟ ବାଡେଇ କେତେ ଡାକିଲି।

ହେଲେ ସେ ଦିନ ମୁଁ ନିରାଶ ହେଲି।


ଗାଁ ଲୋକେ କହିଲେ "ବଞ୍ଚି ତୁ ଗଲୁ,

ଭୁତ ହାତରୁ ରକ୍ଷା ପାଇଲୁ।

ତଥାପି ମନ ମୋ ମାନିଲା ନାହିଁ,

ଗଲି ରହସ୍ଯ ଟା ଜାଣିବା ପାଇଁ।


ଆଜି କା ଯୁଗ ରେ ଭୁତ ଡର,

ସବୁରି ମନରୁ କରିବି ଦୂର।

ରାତି ଅଧେ ପୁଣି ସେ ଘରକୁ ଗଲି,

ଝରକା ଭାଙ୍ଗି ଭତରେ ପଶିଲି ।


ଲଣ୍ଠନ ଜାଳି ତରୁଣୀ ଟିଏ,

ପାଦରେ ଘୁଂଗୁର ବାନ୍ଧୁଚି ସିଏ।

ଦେଖି ମତେ ସିଏ ଚମକି ଗଲା,

ଭୟେ ଆସି ମୋର ପାଦେ ପଡିଲା।


କହିଲା "ନିଆଶ୍ରୀ ମୁଁ ବିଧବା ନାରୀ 

କେହି ନାହିଁ ମୋର ମୁଁ ଦୁଖୀଆରୀ। 

ଘର ନାହି କି ଦୁଆର ନାହିଁ। 

ଲୋକ ଭୟେ ଏଠି ରହିଚି ମୁହିଁ। 


ଭୁତ କୋଠି ବୋଲି ଲୋକେ ଡରନ୍ତି,

ଭୁତ ଡରେ ଏଠିକୁ ନ ଆସନ୍ତି।

ତେଣୁ ମୁଁ ଅଛି ଏଠି ଶାନ୍ତିରେ।

ମୋ ଜୀବନ ଡୋର ତୁମ ହାତରେ।


କେହି ଏ ଦୁଆର ମାଡନ୍ତି ନାହିଁ 

ତେଣୁ ନିର୍ଭୟ ରେ ରହିଚି ମୁହିଁ। 

ଘୁଂଗୁର ବଜାଇ ଶବଦ କରେ

ଲୋକ ଙ୍କ ମନ ରେ ଆତଙ୍କ ଭରେ।


ଦୟା କର ବାବୁ ଏ ନିୟାଶ୍ରୀ ଟିକୁ,

ଭୁତ ଅଛି ବୋଲି କହିବ ସଭିଙ୍କୁ। "

ଝରକା ବାଟେ ମୁଁ ଫେରି ଆସିଲି।

ଭୁତ ର ରହସ୍ଯ ମୁଁ ଜାଣି ଗଲି।


ସମାଜ ଆଖିରୁ ବଞ୍ଚିବା ପାଇଁ, 

ନାରୀ ଟି ବଞ୍ଚୁଛି ଭୁତ ଟେ ହେଇ।

ଫେରି ମୁଁ କହିଲି ଗାଁ ଲୋକଙ୍କୁ,

ନ ଗଲେ ଭଲ ସେ ଭୁତ କାଠି କୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller