STORYMIRROR

Rasmita Dixit

Romance Tragedy

4  

Rasmita Dixit

Romance Tragedy

ରେବତୀ

ରେବତୀ

1 min
144

କେତେ ଆଉ ସହିବ

ଜେଜିମା ର ଅସରନ୍ତି ଗାଳି ଓ  ଗଞ୍ଜଣା

ଛାରଛିକର ପାଠ ପଢା ପାଇଁ

ହୁମୁଦୁମିଆ ବୟସ୍ ଟାରେ ,

ବହଳେ ସପନ ଏବେ ତା ଆଖିରେ

ଖୁନ୍ଦି ହେଇଗଲାଣି

ବାସୁ ଭାଇ ନାମକ

ମଳୟ ବହିଲା ପରେ ।


ପାରିସ , ଭେନିସ , ପାର୍ଟି , କ୍ଳବ

ନାହିଁ ନଥିବା , ଶୁଣି ନଥିବା

ଶବ୍ଦ ସବୁ କାନ ଉଠିଲା ଦିନୁ

ଏ ବଣ ମୂଳକରେ ,

ବାପ , ମା ଛେଉଣ୍ଡ ରେବୀ

ଏବେ ଚାଲୁଛି

ଭୂମି ଠୁ ଇଞ୍ଚେ ଉପରେ ।


ତେଲ ଚିଟା କାନ୍ଥ , ମହୁଲ ଫୁଲର ବାସ୍ନା

ଭାରି ଦିକଦାର ଲାଗିଲାଣି

ଦେଖିଦେଖି , ଚାଖି ଚାଖି

ଚିକେନ୍ ଲଳିପପ , ପିଜ୍ଜା ,ବର୍ଗର

ସାମ୍ପେନ , ବିଅର ଆଉ ଆଉ

ଲାଲବୁହା ଖାଦ୍ୟ

ଯାହା କେବେ ଦେଖିନି ତା ଆଖି ।


ବାସୁ ଭାଇ କହିଛି

ବୁଲେଇ ନେବ ତାକୁ

ଦୂର ସେଇ ଦେଶକୁ ,

ପକ୍ଷୀରାଜ ଘୋଡା ପରି

ଉଡାଯାହାଜରେ ବସି

ଛ୍ହୁଇଁବ ତା ସ୍ବପ କୁ ।


ପ୍ରଲୋଭନ ର ଏତେବଡ଼

ଡାକରା ଆଗରେ ରେବୀ

ଏବେ  ପତଙ୍ଗ ପରି ,

ଧାଇଁଛି ଅନିଶ୍ଚିତ ଆଲୋକ ପଛରେ

ଜେଜିମାର ତାଗିଦ ଲାଗୁଛି ଜହର

ରେବୀ ରୁ 'ମିସ ରେବା ' ର ମୋହର

ସୁହାଉଛି ଭାରି ।


ଆଲୋକ ,ଅନ୍ଧକାର ର ଫରକ

ନଦେଖି ଧାଉଁଥିବା ରେବତୀ

ଠୋକର ଖାଇଲା ,

ବାସୁ ଭାଇର ହାତ ଯେବେ

ମିସ ରେବାର ହାତକୁ

ଆଉ କେତେ ହାତରେ

ଅନାୟାସେ ବାନ୍ଧିଦେଲା ।


ରେବାର ପାଦରେ ଶିକୁଳି

ଦେହ ସାରା ନାମୀ ଦାମୀ

ପାନୀୟର ବାସ୍ନା ,

ଓଠ କଡୁ ଝରୁଥିବା

ଲୁଣିଆ ରକ୍ତରେ 

ବେହିସାଵ ସ୍ବପ୍ନ ର

ଟୁକୁରା ନମୁନା ।


ଖଣ୍ଡ ଖଣ୍ଡ ବିଅର ଗ୍ଲାସରେ

ରେବତୀ ର ଛିନ୍ନଭିନ୍ନ ଅଂଶ

ବେଦମ ହେଉଛି ଉପହାସ କରି ,

ପ୍ରଶ୍ନ କରି କେଉଁଠି ତୋ ବାସୁ ????

କି ଦେବ ଉତ୍ତର ,........

ରେବା ତ ଲେଖିଛି ନିଜେ

ରେବତୀ ଆଖିରେ

ଅନୁତାପର ଅଶ୍ରୁ !!!!!!!



Rate this content
Log in

Similar oriya poem from Romance