ରେବତୀ
ରେବତୀ
କେତେ ଆଉ ସହିବ
ଜେଜିମା ର ଅସରନ୍ତି ଗାଳି ଓ ଗଞ୍ଜଣା
ଛାରଛିକର ପାଠ ପଢା ପାଇଁ
ହୁମୁଦୁମିଆ ବୟସ୍ ଟାରେ ,
ବହଳେ ସପନ ଏବେ ତା ଆଖିରେ
ଖୁନ୍ଦି ହେଇଗଲାଣି
ବାସୁ ଭାଇ ନାମକ
ମଳୟ ବହିଲା ପରେ ।
ପାରିସ , ଭେନିସ , ପାର୍ଟି , କ୍ଳବ
ନାହିଁ ନଥିବା , ଶୁଣି ନଥିବା
ଶବ୍ଦ ସବୁ କାନ ଉଠିଲା ଦିନୁ
ଏ ବଣ ମୂଳକରେ ,
ବାପ , ମା ଛେଉଣ୍ଡ ରେବୀ
ଏବେ ଚାଲୁଛି
ଭୂମି ଠୁ ଇଞ୍ଚେ ଉପରେ ।
ତେଲ ଚିଟା କାନ୍ଥ , ମହୁଲ ଫୁଲର ବାସ୍ନା
ଭାରି ଦିକଦାର ଲାଗିଲାଣି
ଦେଖିଦେଖି , ଚାଖି ଚାଖି
ଚିକେନ୍ ଲଳିପପ , ପିଜ୍ଜା ,ବର୍ଗର
ସାମ୍ପେନ , ବିଅର ଆଉ ଆଉ
ଲାଲବୁହା ଖାଦ୍ୟ
ଯାହା କେବେ ଦେଖିନି ତା ଆଖି ।
ବାସୁ ଭାଇ କହିଛି
ବୁଲେଇ ନେବ ତାକୁ
ଦୂର ସେଇ ଦେଶକୁ ,
ପକ୍ଷୀରାଜ ଘୋଡା ପରି
ଉଡାଯାହାଜରେ ବସି
ଛ୍ହୁଇଁବ ତା ସ୍ବପ କୁ ।
ପ୍ରଲୋଭନ ର ଏତେବଡ଼
ଡାକରା ଆଗରେ ରେବୀ
ଏବେ ପତଙ୍ଗ ପରି ,
ଧାଇଁଛି ଅନିଶ୍ଚିତ ଆଲୋକ ପଛରେ
ଜେଜିମାର ତାଗିଦ ଲାଗୁଛି ଜହର
ରେବୀ ରୁ 'ମିସ ରେବା ' ର ମୋହର
ସୁହାଉଛି ଭାରି ।
ଆଲୋକ ,ଅନ୍ଧକାର ର ଫରକ
ନଦେଖି ଧାଉଁଥିବା ରେବତୀ
ଠୋକର ଖାଇଲା ,
ବାସୁ ଭାଇର ହାତ ଯେବେ
ମିସ ରେବାର ହାତକୁ
ଆଉ କେତେ ହାତରେ
ଅନାୟାସେ ବାନ୍ଧିଦେଲା ।
ରେବାର ପାଦରେ ଶିକୁଳି
ଦେହ ସାରା ନାମୀ ଦାମୀ
ପାନୀୟର ବାସ୍ନା ,
ଓଠ କଡୁ ଝରୁଥିବା
ଲୁଣିଆ ରକ୍ତରେ
ବେହିସାଵ ସ୍ବପ୍ନ ର
ଟୁକୁରା ନମୁନା ।
ଖଣ୍ଡ ଖଣ୍ଡ ବିଅର ଗ୍ଲାସରେ
ରେବତୀ ର ଛିନ୍ନଭିନ୍ନ ଅଂଶ
ବେଦମ ହେଉଛି ଉପହାସ କରି ,
ପ୍ରଶ୍ନ କରି କେଉଁଠି ତୋ ବାସୁ ????
କି ଦେବ ଉତ୍ତର ,........
ରେବା ତ ଲେଖିଛି ନିଜେ
ରେବତୀ ଆଖିରେ
ଅନୁତାପର ଅଶ୍ରୁ !!!!!!!

