STORYMIRROR

Bijoy Jena

Action Inspirational

4  

Bijoy Jena

Action Inspirational

ରାମ ନାମ କେତେ

ରାମ ନାମ କେତେ

1 min
309


ରାମ ନାମେ କେତେ ମହତ୍ତ୍ଵ ରହିଛି

       ଶିଳା ଭାସଇ ଜଳରେ

ଏହି ନାମ ବଳେ ବୀର ହନୁମାନ

       ମିଳି ସୀତାଙ୍କ ଠାବରେ ।


ତାରକ ମନ୍ତ୍ର ରେ ସନ୍ଥ ତୁଳସୀ ଯେ

       ପାଇ ଥିଲେ ଯେତେ ସିଦ୍ଧି

ରାମାୟଣ ରଚି କୀର୍ତ୍ତି ସରଞ୍ଚିଲେ

       କାଳ କାଳକୁ ପ୍ରସିଦ୍ଧି।


ଉପଇନ୍ଦ୍ର ଭଞ୍ଜ ଏହି ମନ୍ତ୍ର ବଳେ

       କବି ସମ୍ରାଟ ବୋଲାଇ

କାଳଜୟୀ କାବ୍ୟ ରଚନା କରିଣ

       ରହିଲେ ଅମର ହୋଇ।


ବାଳମିକ କୃତ ରାମାୟଣ ଗାନେ

       ହନୁମାନ ହୋଇ ବଶ

ମହା ବଳଶାଳୀ ଭୁଲି ଗଲେ ନିଜେ

       କି ଥିଲା ସେ ନାମେ ରସ।


ଲବ କୁଶ ବେନି ଭାଇ ଙ୍କ ପାରୁଶେ

       ଅହଙ୍କାର ଭୁଲି ଯାଇ

ନିଜ ହୃଦ ପଟେ ଜପନ୍ତି ନିରନ୍ତେ

        ଅକପଟ ଭକ୍ତି ନେଇ।


ମରଣ କାଳରେ ରାମ ନାମ ହୁଏ

        ପ୍ରତି ମୁଖରେ ଘୋଷିତ

ଶବ୍ଦ ବ୍ରହ୍ମାଣ୍ଡରେ ଦୂଷିତ ଶବ୍ଦକୁ

         କରେ ନିତ୍ଯ ବିଶୋଧିତ।


ନଦିଆ ରୁ ଆସି ଶ୍ରୀ ଚୈତନ୍ୟ ଦେବ

          ଶ୍ରୀକ୍ଷେତ୍ର କଲେ ଚଞ୍ଚଳ

ଭକ୍ତି ନିର୍ଝରିଣୀ ବୁହାଇ ବୁହାଇ

          ରାମ ନାମ ରେ ଶୀତଳ।



Rate this content
Log in

Similar oriya poem from Action