STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ରାକ୍ଷୀ 

ରାକ୍ଷୀ 

1 min
9


ଚୁମୁକି ଫୁଲରେ ଚମକି ପଡେ ଆଖି 
ରାକ୍ଷୀ ଫୁଲ ଇଏ ଭାଇ ଭଉଣୀଙ୍କ ସାକ୍ଷୀ 
ସାତରଙ୍ଗ ଇନ୍ଦ୍ରଧନୁ  କହେ କେତେ କଥା 
ପିଲାଦିନଠାରୁ ଦୁହେଁ ବୁଝି ଦୁହିଁଙ୍କ ବ୍ୟଥା 
ସିନ୍ଦୂର ଚନ୍ଦନ ହଳଦୀ ମାଖି 
ଦଉଡି ଆସିଛି ଭଉଣୀ ଭାନ୍ଧିବ ରାକ୍ଷୀ 
କଥାରେ ନୁହେଁ ରାକ୍ଷୀରେ ମନକଥା ଲେଖି 
ପାରିପାର୍ଶ୍ଵିକ ପରିବେଶ ପୁଣି ସମାଜ ଆଖି 
ଦିଏନା ସୁଯୋଗ କହିବାକୁ ପଦେ ମାଖି 
ରାକ୍ଷୀରେ ଲେଖିଛି  ଦୁନିଆଁଦାରୀ ଦେଖି 
ଭାଇମୋର ଆୟୁଷ ଆଶିଷ ନିରୋଗ ଥାଇ
ଅନେଶତ ଯାଏଁ ଧରାରେ ତୁହି 
ଚାଲୁଥା ଚାଖଣ୍ଡେ ବାଟ ଦେଖି ଶିଖି
ବୋଉ ବାପା ଆମ ଗଲେଣି
ଆମେ ଅଛେ ଦୁଇ ଭାଇ ଭଉଣୀ
ରଖିବା ଦୁହିଁଙ୍କ ମାନ ଓ ସମ୍ମାନ
ବାଟ ଚାଲୁଥିବା ଜଗି ରଖି
ସେଇଥି ପାଇଁ ପିନ୍ଧାଇ ଫୁଲଝରି ରାକ୍ଷୀ
ବାନ୍ଧି ଦେଇ କହେ ମୋ ରାଜାଭାଇ
ଅନ୍ତର ଭିତରେ ମୋ ନାଁ ଦେବୁ ଲେଖି
ଭାଇ ତୁ ମୋର ସବୁଠୁ ନିଜର କହି 
ବାନ୍ଧିଦେଲି ରାକ୍ଷୀ ଭୁଲିଯିବୁନି 
ଜଣେ ଅଛି କେଉଁଠି ନିଜର ଭାବିବୁ ତୁହି
ରାକ୍ଷୀରେ ଲେଖିଛି ହୃଦୟରୁ ଓଁ ବୁଝିଯିବୁ
ମୋଭାଇ ଭଲରେ ତୁ ଥାଇ ଝୁରୁଥିବୁ
ଭଉଣୀଟେ ଅଛି ହେଉ ପଛେ ନିରିମାଖି


Rate this content
Log in

Similar oriya poem from Action