ପୂଣ୍ୟ ଗୋଦାବରୀଶ
ପୂଣ୍ୟ ଗୋଦାବରୀଶ
ହେ, ପୂଣ୍ୟ ଗୋଦାବରୀଶ
ଆଜି ମନେପଡେ,
ଅନ୍ତର ମାନସେ ତୁମ
କେତେ ରୂପ ଗଢେ ।
ଛୁଞ୍ଚିଫୋଡା ବାଣୀ ତୁମ
ଜାତି କି ଭୂଲିବ,
ପାନେ ଯିଏ ପାଇଛି ସେ
ମନେ ରଖିଥିବ ।
ତୁମ ବାକ୍ୟେ ଅର୍ଥ କରି
ଜାଣେ ସେ ପାପିଷ୍ଠ
ଭୂଲ ପାଇଁ ପ୍ରାୟଶ୍ଚିତେ
ପାଏ ସିଏ କଷ୍ଟ ।
ସମାଜ ନିୟମ ହେଉ
ହେଉ ରାଜନୀତି,
ଏମିତି ଲେଖନୀ ଚାଲେ
ଫାଟେ ତାର ଛାତି ।
ଧର୍ଷଣ, କଳାବଜାରୀ
ଲାଞ୍ଚୁଆ, ମିଛୁଆ,
କାହାକୁ ନ ଡରି ତୁମେ
ଲେଖୁଥିଲେ ଯାହା ।
ତୁମେ ତ ସମାଜେ ଥିଲେ
ସ୍ୱଚ୍ଛ ସାମ୍ବାଦିକ,
ନୀର୍ଭିକ, ଦାମ୍ଭିକ ତଥା
ଦେଶ ସଂସ୍କାରକ ।
ଦୋଷ ଦେଖି ଚୁଟି ଧର
ଲାଜେ ମରେ ଚୋର,
ମୁଣ୍ଡ ତାର ନଇଁ ଯାଏ
ହୋଇ ଯାଏ ଜର ।
ନିଆଁଖୁଣ୍ଟା ମାରି ତାକୁ
ଲୋକ ଲଜ୍ଜା କର,
ତୁମ ବାର୍ତ୍ତା ଶୁଣି ଦେଲେ
ମାଡେ ତାକୁ ଡର ।
ସାପ ଦଂଶନରେ ସିଏ
ହୁଏ କଲବଲ,
ସାପୁଆକେଳା ହୋଇଣ
ଦାନ୍ତ ତା ଭାଙ୍ଗିଲ ।
ଦଂଶନ ଜ୍ୱାଳାରେ ସିଏ
ଛଟପଟ ହୋଇ,
ତ୍ରାହି ମାମ ତ୍ରାହି ମାମ
ରଡ଼ି ଛାଡ଼ୁ ଥାଇ ।
ଏବେ ତ ଚତୁର୍ଥ ସମ୍ଭ
ମାଳ ମାଳ ଏଠି,
ଆଉ ନାହିଁ ତୁମ ଭଳି
ଚାଲୁଅଛି ବେଠି ।
ପ୍ରିୟା ପ୍ରୀତି ତୋଷଣ ତ
ହୁଏ ଗଳାହାର,
ଲାଞ୍ଚ ମିଛରେ ଚାଲିଛି
ଏ ସାରା ସଂସାର ।
ହେ ଗୋଦାବରୀଶ ତୁମେ
ପୁଣି ଫେରିଆସ,
ତୁମକୁ ଝୁରୁଛି ମୋର
ଏ ଉତ୍କଳ ଦେଶ ।