STORYMIRROR

Manaswinee Dash

Children Stories

3  

Manaswinee Dash

Children Stories

ଚିଲିକା ଦର୍ଶନ

ଚିଲିକା ଦର୍ଶନ

1 min
139

ରେଲ ଯୋଗେ ଗଲି ବରହମପୁର  

ଚିଲିକା କଲି ଅତିକ୍ରମ କେତେ ନିମିଷର 

ଆଗରୁ ଦେଖିଥିଲି ବହୁତ ଥର  

ହେଲେ ନବବଧୂ ପରି ଲାଗିଲା ଥର। 


କବିତା ଲେଖିଲି ଯୋଉ ଦିନରୁ  

ଯାହା ଦେଖିଲେ ନାଚୁଛି ରୂପ ନେଇ କବିତାର  

ଯେମିତି ନର୍ତ୍ତକୀ ନାଚେ ତାଳେ ବାଦ୍ୟଯନ୍ତ୍ରର  

ଅକୁହା କଥା ବି ଲେଖେ ମୂନ କଲମର। 


 ବିଶାଳ ଜଳରାଶି ଘୋଡେଇ ହେଇଛି ନୀଳ ଚାଦର  

ରଂଗ ବିରଂଗ ପକ୍ଷୀର ଯେ ଭରପୂର  

କେଉଟ ଧରିଛି ମାଛ ରଖି ମୂଲ୍ୟ ତା ଜୀବିକାର  

କଉଠି କଙ୍କଡା ହଉଛି ଶିକାର। 


ବୃହତ ଜଳରାଶି ଉପରେ କେତେ ଟାପୁର ଆସର  

ପକ୍ଷୀ ମଳରେ ଥାଏ ଭରପୂର  

ସୂରୁଯ କିରଣ ପଡେ ପାଣି ଉପର  

ଝଲମଲ କରେ ହୀରା ଯେମିତି ସତର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍