STORYMIRROR

Amit Kumar Nayak

Children Stories Classics Children

3  

Amit Kumar Nayak

Children Stories Classics Children

ମାଆ

ମାଆ

1 min
159

ମାଆ ବୋଲି ଡାକିଦେଲେ 

ପ୍ରତିଧ୍ଵନି ଖେଳିଯାଏ ମାଟିରୁ ଆକାଶ ଯାଏ , 

ମାତ୍ର ସେ ଥାଏ ମୋ ଚେତନାରେ 

ସେ ଥାଏ ମୋ ବେଦନାରେ 

ପୁଣି ସେ ଥାଏ ମୋ ପ୍ରାଥନାରେ

ସେ ଥାଏ ମୋ ଆତ୍ମାର ପୁଳକରେ 

ମୋ ସମଗ୍ର ସତ୍ତା କୁ ଆଲୋକିତ କରି 

ପୃଷ୍ଠ ଭାଗରେ ଠିଆ ହୋଇ ଥିବା ଦେବୀ ଟିଏ

ସେ ଜଗି ଥାଏ ମୋ ବାଟକୁ 

ଆକଟ କରିଥାଏ ମୋ ଚଗଲା ପଣକୁ

ମୋ ଆଖିରେ ଟିକେ ଲୁହ ଦେଖିଲେ 

ବାହୁନି ଉଠେ ଅନ୍ତର ଭିତରେ 

କୁହ,ଏମିତି କି ଅଛି 

ଯିଏ ଆଉଁସି ଦେଲେ ପିଠିରେ 

ଗୁଣ୍ଡୁଚି ମୂଷା ଭଳି ମମତାର ସ୍ପଶ

ଆଙ୍କି ହୋଇଯାଏ କାଳ କାଳ 

ତା ଆଖିରେ ଲୁହ 

ଲୁଚାଇ ରଖେ ନିଜ ଭିତରେ 

ମୋ ଆଖିର ଟୋପା ଟୋପା ଲୁହ 

ପୋଛି ଦିଏ ତାର ପଣତ କାନିରେ

କୁହ ଏମିତି କିଆ ଅଛି 

କିଛି ବି ପାଇବାର ଆଶା ନ ରଖି 

ଦେଇଚାଲେ ନିଜକୁ ତିଳ ତିଳ କରି 

ସୁଖରେ ଦୁଃଖରେ ,ସମ୍ପଦରେ ବିପଦରେ 

ଭାବରେ ପୁଣି ଅଭାବରେ

ରୁଣୀ ହେଇ ରହି ଯାଏ ମୁଁ 

ତା ଗଲାର ମାଳି ଟିଏ ହୋଇ ଚିର କାଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍