ଛୋଟ ମୋର ଗାଁଟି
ଛୋଟ ମୋର ଗାଁଟି
ଛୋଟ ମୋର ଗାଁଟି
ଭୂଗୋଳ ପୋଥି ପତରେ ପଛେ
ନ ଥାଉ ତାର ନାଁ ଟି ।
ମାଟିର ସେଇ ସରଗ ମୋର
ସେଇଠି ଅଛି ମୋ ଷଠି ଘର
ଜଳିବ ପୁଣି ସେଇଠି ଶେଷେ
ମୋହରି ଚିତା ନିଆଁଟି
ଛୋଟ ମୋର ଗାଁଟି ।
ତାହାରି ଲତା ତାହାରି ବଣ
ତା ଗାଈଗୋଠ ମୁରଲୀ ସ୍ଵନ
ଫସଲ କଟା ମଧୁର ଗାନ
ସକଳ ମୋର ସାହାଟି
ଛୋଟ ମୋର ଗାଁଟି ।
ଏ ସବୁ କଥା ଛବିଟି ପରି
ଅବା ସେ ମନେ ଉଠଇ ଝରି
ଇଚ୍ଛା ହୁଏ ମାଟିରେ ତାର
ଶୀରଟି ଥରେ ନୁଆଁନ୍ତି
ଛୋଟ ମୋର ଗାଁଟି ।
ଭୂଗୋଳ ପୋଥି ପତରେ ପଛେ
ନ ଥାଉ ତାର ନାଁ ଟି
ଛୋଟ ମୋର ଗାଁଟି ।
