ଭାସ୍କୋଡାଗାମା
ଭାସ୍କୋଡାଗାମା
ପିମ୍ପୁଡ଼ି ପରାୟେ ଖୋଜି ବୁଲୁଥିଲେ
ସାଗରେ ଚଳାଇ ପୋତ
କେଉଁ ଦିଗେ ଅଛି କେଉଁପରି ଦେଶ
ସ୍ବର୍ଣ୍ଣ ପ୍ରସୁ ସେ ଭାରତ l
ତେଜି ସ୍ତିରୀ ପୁତ୍ର କନ୍ୟା ଡାଲିଭାତ
ପିନ୍ଧି ଖଣ୍ଡେ ପାଇଜାମା
ଉତ୍ତମାଶା ଠାରେ ଆଶା ପାଇ ଧୀରେ
ଚାଲିଲେ ଭାସ୍କୋଡାଗାମା l
ଆରବ ସାଗରେ ବୋମ୍ବାଟିଆ କାଟି
ହଲି ଝୁଲି ହୁଲି ପୋତ
ଭାରତ ଭୂମିରେ ଶେଷେ ପାଦ ଦେଲେ
ନାମ ତାର କାଲିକଟ l
ପିମ୍ପୂଡ଼ିଏ ସିନା ଦଳବଦ୍ଧ ହୋଇ
ଖୋଜି ବୁଲିଥାନ୍ତି ଚିନି
ଭାସ୍କୋଡ଼ା ଭାରତେ ପାଇଲେ ମସଲା
ନାମ ତାର ଡାଲଚିନି l
ମସଲାର ସ୍ୱାଦ ପାଇ,
ପଶ୍ଚିମି ଵଣିକେ ଭାରତ ଧାଇଁଲେ
ପାଗଳ ପରାୟ ହୋଇ
ବାଆ ଗିଳୁ ଗିଳୁ ବତା,
ଉପନିବେଶଟେ ଭାରତେ ଥାପିଲେ
ରାଜଧାନୀ କଲିକତା ।
