STORYMIRROR

Sunanda Mohanty

Children Stories

3  

Sunanda Mohanty

Children Stories

ଖରା

ଖରା

1 min
203


ଖରା ରୁଦ୍ର ନା ରୌଦ୍ର 

ରୁଦ୍ର ନାମେ ସଂହାର ଅସ୍ଵଛ

ରୌଦ୍ର ନାମେ ଅଂଶୁଘାତ

ଖରା ପ୍ରକୋପରେ ପ୍ରକୃତି ଛିଦ୍ର

ଜଳି ଜାଳୁଥାଏ ପରିବେଶ କ୍ଷୁଦ୍ର

ପ୍ରକୃତି ଓ ପ୍ରାଣୀ ନହୁଏ ବର୍ବାଦ

ରୁଦ୍ର ହୋଇ ଧରଣୀକୁ ରଖେ ଆଦ୍ର

ଅଂଶୁଘାତ ପୀଡ଼ା ପାଏ ଶୁଦ୍ର

ଜଙ୍ଗଲ ମାଟି କ୍ଷୟ,ପାଣି ବିନା ହ୍ରଦ

ନିଜ ଗୋଡେ କୁରାଢି,ମଣିଷ ନିର୍ବେଦ

ପରିମାଣ ଜଟିଳ ରୁଦ୍ରଙ୍କର ରୌଦ୍ର

ଖରା ପାଇଁ ଛତା ଜୋତା ପାଣି

ଅଂଶୁଘାତରୁ ରକ୍ଷା ପାଇବାକୁ ଜାଣି

ବୃକ୍ଷରୋପଣ, ଆଶ୍ୱିନ କାର୍ତ୍ତିକ ଅବା ଭାଦ୍ର

ଏକାନ୍ତ ସ୍ଥିରୀକୃତ ମାନସିକତାର ଫର୍ଦ୍ଦ

ବଞ୍ଚି ବଞ୍ଚାଇ ସଭିଙ୍କୁ ସ୍ଲୋଗାନ ନିନାଦ

ଖରା ଆସୁ ଯାଉ ହୋଇ ମନ୍ଦମନ୍ଦ ରୁଦ୍ର

ସ୍ବଚ୍ଛତାପାଇଁ ଆଦେଶ ଉଦ୍ଦେଶ୍ୟ ନୁହେଁ ମନ୍ଦ

 ଦରକାରୀ ଖରା ହେଉ ଅପାଶୋରା ରନ୍ଦ୍ର

ଉଦ୍ଦେଶ୍ୟ ଆଦେଶ ଦେଇ ସୂର୍ଯ୍ୟ ଇନ୍ଦ୍ର

ବହୁ ସୁଲୁସୁଲୁ ବାଆ ହୋଇ ରୌଦ୍ରଙ୍କ ରୁଦ୍ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍