ତୁମ ପରି ଛୋଟ ପିଲାଟିଏ
ତୁମ ପରି ଛୋଟ ପିଲାଟିଏ
ତୁମ ପରି ଛୋଟ ପିଲାଟିଏ
ନିର୍ଭୀକ ଅଟଇ ଭାରି ସିଏ
ବାଜିଆ ବୋଲିକି ନାମଟି ତାହାର
ସାହାସରେ କେହି ସରି ନୁହେଁ ! ॥
ବହୁ ଦିନ ତଳ କଥା ଟିିଏ
ଗୋରାଙ୍କ ରାଜୁତି ସେବେ ଥାଏ
ଢେଙ୍କାନାଳ ରାଜା ବିରୋଧରେ ଯାଇ
ପ୍ରଜାମଣ୍ଡଳରେ ଯୋଗ ଦିଏ ॥
ଗଡ଼ଜାତୁ ଆନ୍ଦୋଳନ ହେଲା
ସାଙ୍ଗ ସାଥି ଧରି ମେଳି କଲା
ରଘୁ, ଗୁର, ନଟ, ଲକ୍ଷମଣ ,ଫଗୁ
ସାଥେ ଆନ୍ଦୋଳନ ତେଜି ଦେଲା ॥
ଗୋରା ଫଉଜେ ଭାଳେଣି ହେଲା
କିଏରେ ଇଏ ଦୁର୍ଦାନ୍ତ ପିଲା
କଳେବଳେ ତାକୁ ଆୟତ୍ତ କରିବା
ନହେଲେ ଜାଣ ଭେଳା ବୁଡ଼ିଲା ॥
ଦେଖି ଗାରାଏ ତାର ସାହାସ
ରଚିଲେ କେତେ କପଟ ଫାସ
ଡଙ୍ଗା ବାହି ନେଇ ମଝି ନଈରୁ
ଗୁଳି ମାରି ତାକୁ କଲେ ଶେଷ ॥
ଭାରି ସ୍ବାଭିମାନୀ ମନ ତାର
ସହି ନପାରିଲା ଅତ୍ୟାଚାର
ଅନ୍ୟାୟ ବିରୋଧେ ପ୍ରତିବାଦ କରି
ଜୀବନ ନାଟିକା ଗଲା ତାର ॥
ସର୍ବକନିଷ୍ଠ ଶହୀଦ ହେଲା
ଇତିହାସେ ସେ ନାମ ଲେଖିଲା
ମାତୃଭୂମି ପାଇଁ ପ୍ରାଣବଳି ଦେଇ
କୋଟି ଜନ-ମନ କିଣିନେଲା ॥
