STORYMIRROR

Sachidananda Kar

Children

3  

Sachidananda Kar

Children

ହେ ପୃଥିବୀ ତୁମେ

ହେ ପୃଥିବୀ ତୁମେ

1 min
177

    ତୁମେ ଘୂରିଲେ ଗ୍ରୀଷମ ଆସେ ଚାଲି

    ଦିନ ହୁଏ ବଡ଼

       ସୂରୁଯ ବରଷେ ନିଆଁ

    ଶୁଖେ ନଦୀ କୂଅ

       ତାତିଯାଏ ନଈ ବାଲି ।। 


    ତୁମେ ଘୂରିଲେ ବରଷା ଆସେ ପଶି

    ଦିଶେ ଇନ୍ଦ୍ରଧନୁ

       ଆକାଶେ ସାଜଇ ମେଘ

    ଶୁଖିଲା ଧରଣୀ

       ପାଣି ପାଇ ଉଠେ ହସି ।। 


    ତୁମେ ଘୂରିଲେ ଶରତ ଆସେ ପରା

    ଫୁଟେ ଜହ୍ନିଫୁଲ

       ବସେ କାଶତଣ୍ଡୀ ମେଳା

    ଶେଫାଳି ମହକେ

       ମହକିତ ହୁଏ ଧରା ।। 


    ତୁମେ ଘୂରିଲେ ହେମନ୍ତ ଆସେ ଧାଇଁ

    ବହେ ହିମ ବାଆ

       ଶିଶିର ପଡ଼ଇ ଝରି

    ପାଚେ ଧାନ କ୍ଷେତ

       କାଟିଆଣେ ଚାଷୀ ଭାଇ ।। 


    ତୁମେ ଘୂରିଲେ ଶୀତଟି ଆସେ ପରା

    ଦିନ ହୁଏ ଛୋଟ

       ଶୀତବାସ ହୁଏ ଲୋଡ଼ା

    ଖୋଜନ୍ତି ସଭିଏଁ

       ସକାଳକୁ ଟାଣ ଖରା ।। 


    ତୁମେ ଘୂରିଲେ ବସନ୍ତ ଆସେ ପଶି

    କଅଁଳେ ପତର

       ଫୁଟେ ଜାତି ଜାତି ଫୁଲ

    ପିକ ଗାଏ ଗୀତ

       ଦୋଳି ଖେଳେ ଆମ୍ବକଷି ।। 


    ତୁମେ ଘୂରୁଥାଅ ଗୋଟେ ନଟୁ ଭଳି

    ଘୂରୁଥାଅ ପୁଣି

       ସୂରୁଯଙ୍କ ଚାରିପାଶେ

    ହେ ପୃଥିବୀ ତୁମେ

       ତୁମକୁ ନ ହୁଏ କଳି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children