Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjit Sahu

Children Stories Classics Others

3  

Ranjit Sahu

Children Stories Classics Others

ତୁମ ପରି ଛୋଟ ପିଲାଟିଏ

ତୁମ ପରି ଛୋଟ ପିଲାଟିଏ

1 min
157



ତୁମ ପରି ଛୋଟ ପିଲାଟିଏ,

ଉତ୍କଳ ଜନନୀ ପୁତ୍ର ସିଏ,ବଖାଣି ବସିଲେ ଗୁଣଙ୍କୁ ତାଙ୍କର,ଦିନ ସରେ ରାତି ପାହି ଯାଏ I

   'ଜନନୀର ଉକ୍ତି' ଲେଖି ଦେଇ,'ଜାତି ଇତିହାସ' ହାତେ ଥୋଇ,ଲେଖନୀ ମୁନରେ 'ଉତ୍କଳ ସନ୍ତାନ' 'ଉତ୍କଳ ଗୌରବ' ଦେଲେ ଗାଇ I 

ଦେଇ ଯାଇଛନ୍ତି ସିଏ ଯୁକ୍ତି,'ମାତୃଭାଷା ମାତୃଭୂମି ଭକ୍ତି',ଯାହା ହୃଦୟରେ କେବେ ଜନ୍ମି ନାହିଁ,ଜଗତେ ସିଏ ପାଏନି ଶକ୍ତି I 

ଶାସନର ଭାର ହାତେ ଧରି,ସମାଜର ଲାଗି କାମ କରି,କଳିଙ୍ଗ ଜନତା ସେବାରେ ନିମଗ୍ନ,ଓଡିଶା କଳା ନେଲେ ଆଦରି I 

ବାରିଷ୍ଟର ପାଠ ସିଏ ପଢି,ଜାତିର ଏକତା ଲାଗି ଲଢ଼ି,ଉତ୍କଳ ସମ୍ମିଳନୀ କରାଇ ସୃଷ୍ଟି,ଓଡ଼ିଶା ରାଜ୍ୟକୁ ଦେଲେ ଗଢ଼ି I 

ଗୁରୁ ହୋଇ ପଢାଇଲେ ପାଠ,ସମାଜକୁ ଦେଲେ ନୂଆ ବାଟ, ଓକିଲଙ୍କ ଲାଗି ସିଏ ସାଜି ଗୁରୁ, ନ୍ୟାୟ ଲାଗି ଦେଖାଇଲେ ବାଟ I 


Rate this content
Log in