ମମତା
ମମତା
ମାଆର ମମତା ଆହାକି ମଧୁର
ଅଦୃଶ୍ୟ ଅଟେ ତା ଶକ୍ତି,
ସ୍ନେହ ପ୍ରୀତି ଦେଇ ସବୁକୁ ସଜାଡେ
ଜଗତ ଗାଏ ତା ଗୀତି ।
ରକ୍ତ ମାଂସ ଦେଇ ସନ୍ତାନକୁ ଗଢେ
ସିଏ ପରା ପୁଣ୍ୟ ପ୍ରତିମା,
ମମତା ଡୋରେ ପୁଅ ରାଜକୁମାର
ଝିଅ ତାର ରାଜଜେମା ।
କେତେ ଅଳୀ ଅଝଟ ସହୁଛି ସିଏ
ହସି ରଖି ନୀରବରେ,
ଅନ୍ଧାର ଘରେ ସେ ଆଲୋକର ଜ୍ୟୋତି
ସ୍ଵର୍ଗ ପରା ତା କୋଳରେ ।
କୋଟି କରୁଣାର ବାରିଧାରା ହୋଇ
ସାଜେ ପ୍ରେରଣାର ବିନ୍ଦୁ,
ତାହାରି ମମତା ଅଟଇ ଗଭୀର
ଗଢ଼ିପାରେ ସତସିନ୍ଧୁ ।
