STORYMIRROR

Dr Simant Kumar Nanda

Children

3  

Dr Simant Kumar Nanda

Children

ଅନୁଭବୀ

ଅନୁଭବୀ

1 min
185


ବୟସର ସାୟାହ୍ନରେ,

ମୋ ବୋଉ ବଞ୍ଚିଥିଲେ ଯେତେବେଳେ।

ତାଙ୍କ ମନ ଖୋଜେ କି' କଣ,

ଭିଡ଼ି ହୋଇ ଯାଇ ବସେ ତାଙ୍କ ପାଖେ,

ବେଳେ ବେଳେ, ଅଫିସରୁ ଫେରିଥିବି ସେତେବେଳେ।


ମୋ ଛାତିର ବାମ ପାର୍ଶ୍ୱେ,

ଶିହରଣ ଖେଳିଯାଏ,

ବିଦ୍ୟୁତ୍ ର ତରଙ୍ଗଟେ ପ୍ରବାହିତ ହୁଏ ଅବା,

ଦୁଇଟି ଶରୀର ମଧ୍ୟେ।


ଲେଥି ହୋଇଯାଏ, ତାଙ୍କ ପାଖକୁ, ଆହୁରି ମୁଁ।

ଚୁମ୍ବକର ଆକର୍ଷଣ ପରି,

 ବାର୍ଦ୍ଧକ୍ୟର ଶୀର୍ଣ୍ଣତାକୁ,

ଅନୁଭବ କରି ପାପୁଲି ସ୍ପର୍ଶରେ।

ନିସ୍ତବ୍ଧତା ବିରାଜୁ ଥାଏ।

ମୁହଁ ମୋର ଗୁଞ୍ଜି ହୋଇ,ଛାତିର ଉପରେ, 

ଦରାଣ୍ଡୁ ଥାଏ ସେଇ,

ଅମୃତ ଆଧାରେ।


ଅଶ୍ରୁସ୍ନିଗ୍ଧ ଚକ୍ଷୁ ବେନି, ତନ୍ଦ୍ରାସକ୍ତ ହୁଏ ଯେବେ,

କାହା ହାତ ବୁଲୁଥାଏ କପାଳେ, କପୋଳେ ମୋର,

ମାତୃତ୍ଵ- ଅପତ୍ୟ କଥୋପକଥନେ।


ବୋଉ ମୋର ସେ ପାରିରେ।

ରଜନୀର ଘୋର ଅନ୍ଧକାରେ, ସ୍ଵିପ୍ନାବିଷ୍ଟ ନିଦ୍ରା ବେଳେ କେବେ,

ହାତ ଖୋଜେ ଛୁଇଁବାକୁ, କମନୀୟ ସେଇ ଶାନ୍ତ ମୁଖମଣ୍ଡଳକୁ ।

କୋଳେଇ ଧରି, 

ଚୁମ୍ବନ ସେଠି ଭରିବାକୁ ।

 ଯାହା ସବୁ ଦେଇଥିଲେ ମୋତେ ପିଲାବେଳେ, ଫେରାଇ ଦେବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children