STORYMIRROR

Sachidananda Kar

Inspirational Children

3  

Sachidananda Kar

Inspirational Children

ତା' ଛବି ଆଙ୍କିବ ଆଉ କିଏ

ତା' ଛବି ଆଙ୍କିବ ଆଉ କିଏ

1 min
130

    ସାଗର ଲହରୀ

       ଦିଏ ଆଙ୍କି ଆମ କୁନି ଝିଅ

    ଆଙ୍କେ ସେ ଛବିରେ

       ଚକା ଆଖି ଆଉ କଳା ଦିଅଁ ।। 


    ଉଇଁ ଆସୁଥିବା

       ସୂରୁଯ ଆଙ୍କେ ସେ ବସି ବସି

    ଆଙ୍କେ ପୁଣି ସିଏ

       ପୂନେଇଁ ଆକାଶ ଗୋଟା ଶଶୀ ।। 


    ଗୋଲାପ ଫୁଲଟେ

       ଦିଏ ଆଙ୍କି ସିଏ କେବେ କେବେ

    ଆଙ୍କେ ଲୁଗାଧଡ଼ି

       ମନ ତା'ର ପୁଣି ହୁଏ ଯେବେ ।। 


    ସୁନ୍ଦର ଆଙ୍କେ ସେ

       ବହି ଯାଉଥିବା ନଦୀ ଧାର

    ନୀଡ଼ ଫେରା ପକ୍ଷୀ

       ଆଙ୍କୁଥାଏ ସିଏ ବାରବାର ।। 


    ଗାନ୍ଧୀ ଗୋପବନ୍ଧୁ

       ଛବି ଆଙ୍କେ ସିଏ ମନଦେଇ

    ଆଙ୍କେ ନାଲି ନୀଳ

       ପ୍ରଜାପତି ରଙ୍ଗ ତୂଳୀ ନେଇ ।। 


    ଗାଆଁରେ ସକାଳ

       ସଞ୍ଜ ସିଏ ଆଙ୍କେ ଭଲ କରି

    ତା' ଛବିରେ ପୁଣି

       ପାହାଡ଼ି ଝରଣା ଆସେ ଝରି ।। 


    ଦୂର ବୋଇତର

       ଛବି ଆଙ୍କେ ସିଏ ମନ ହେଲେ

    ଯେଉଁ ଛବି କୁହ

       ଦିଏ ଆଙ୍କି ସିଏ କହିଦେଲେ ।। 


    ଏବେ ଛୋଟ ପିଲା

       ହେଲେ ଦିନେ ବଡ଼ ହେବ ସିଏ

    ଆଙ୍କୁଛି ସେ କାଲି

       ତା' ଛବି ଆଙ୍କିବ ଆଉ କିଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational