କମଳ ପ୍ରତି
କମଳ ପ୍ରତି
ପତିତ ନାଶଇ ଦରଶନେ ତା'ର
କୋମଳ ସୁନ୍ଦର ତନୁ,
ସ୍ୱଚ୍ଛ ଶତଦଳ ଭାସଇ ସଳିଲେ
ଦୂର କରି କ୍ଳେଶ ମନୁ l
ପଙ୍କରୁ ଜନମ ହୁଏ ବୋଲି ସିଏ
ନାମଟି ତାହାର ପଙ୍କଜ,
ସରସି ଜଳରେ ଢଳି ଢଳି ନାଚେ
ଉଦୟ ହୋଇଲେ ସୁରୁଜ l
ମଧୁର ରସର ପାନର ସକାଶେ
ଭ୍ରମର ଭ୍ରମରେ ଘୁରେ
ପ୍ରେମାର୍ଥେ ବିରହ କ୍ଷଣକ ଦୂରରେ
ପ୍ରେମିକ ତପନ ଝୁରେ l
ତା' ରୂପ ସୌନ୍ଦର୍ୟେ ମତ ଏ ଜଗତ
ଦେଖିବାକୁ ନେତ୍ର ଦ୍ବୟ
ମଣନ୍ତି ବିଦୂଷି ନରନାରୀ ଗଣ
ପାପର ହୁଅଇ କ୍ଷୟ l
