ମା'
ମା'
ଜନମ ପୂର୍ବରୁ ସମ୍ପର୍କ ତା ସାଥେ
ସିଏ ଜନ୍ମଦାତ୍ରୀ ମୋର,
କିଏ ସରି ହେବ ସେନେହକୁ ତାର
ବାନ୍ଧି ସ୍ନେହ ପ୍ରେମ ଡୋର ।
ଉପାସ ରହିପାରେ ସନ୍ତାନ ପାଇଁ
କରି କେତେ ଓଷାବ୍ରତ,
ତାହାରି ସେବାରେ ଜୀବନ ମୋ ଯାଉ
ପଦ ସେବା କରି ନିତ୍ୟ ।
ମାଆ'ର ମମତା ଅଟଇ ଗଭୀର
ଅତୁଳନୀୟ ତା ଶ୍ରଦ୍ଧା,
ଦୁନିଆ ଯାକର ସବୁ ପୁଣ୍ୟ ପରା
ତାହାରି ପାଦରେ ବନ୍ଧା ।
ଲୋଡା ନାହିଁ ମୋର ଯଶ କୀର୍ତ୍ତି ବାନା
ଲୋଡ଼େ ଆଶିଷ ମାଆର,
ପାଖେ ଥିଲେ ସେହି ଡେଇଁ ଯିବି ମୁହିଁ
ସାତ ସିନ୍ଧୁ ଅବା ଦୂର ।
ତାହାରି ଦାନରେ ଗଢା ମୋ ଜୀବନ
ତାହା ପାଇଁ ସବୁ ମୋର,
ଏତିକି ମିନତି କରେ ମୁହିଁ ଆଜି
ନକରିବ କେବେ ଅନ୍ତର ।
