STORYMIRROR

Mahesweta Panigrahi

Romance Children

3  

Mahesweta Panigrahi

Romance Children

ଏକା ସେ ସାବିତ୍ରୀ

ଏକା ସେ ସାବିତ୍ରୀ

1 min
164

ହଁ ଏକା ସେ ସାବିତ୍ରୀ

ଲୁହ ଆଞ୍ଜୁଳେ କୁ ପଣତେ ସାଉଁଟି

ଯମ ଠାରୁ ଗଲା ଜିତି,

ତା' ପଦେ କୋଟି ପ୍ରଣତି।


ହଁ ଏକା ସେ ସାବିତ୍ରୀ

ଜାଣି ଶୁଣି ବରେ ବିପଦଟିକୁ ଯେ

ଅଳପ ଆୟୁଷ ପତି,

ନୁହେଁ କି ସେ ମହା ସତୀ।


ହଁ ଏକା ସେ ସାବିତ୍ରୀ

ସହନଶିଳତା ଭରି ଥିଲା ପ୍ରାଣେ

ନଥିଲା ଯାହାର ଇତି,

ହାରିଗଲେ ଜନ୍ତୁ ପତି।


ହଁ ଏକା ସେ ସାବିତ୍ରୀ

ପତି ପ୍ରାଣ ସହ ଦୁଇ କୁଳ ହିତ

ମାଗିନେଲା ମହା ଯତୀ,

ଦୁହିତା ବୋଲାଇ ପ୍ରୀତି।


ହଁ ଏକା ସେ ସାବିତ୍ରୀ

ଆଜି ଘରେ ଘରେ ପାଉଛନ୍ତି ପୂଜା

ଇତିହାସ ଅଛି ସାକ୍ଷୀ,

ଜଳୁଛି ଜୀବନ ଜ୍ୟୋତି।


ହଁ ଏକା ସେ ସାବିତ୍ରୀ

ଅସାଧ୍ୟ ସାଧନ କରିପାରେ ସିଏ

ନାରୀ ନୁହେଁ ଛୋଟ ଜାତି,

ବୋଲେ ଯିଏ ହୀନ ମତି।


ହଁ ଏକା ସେ ସାବିତ୍ରୀ

ସତ୍ୟବାନ ଭଳି ପ୍ରତି ଘରେ ଆଜି

ରହିଛି ତା' ଉପସ୍ଥିତି,

ପରଶେ ଜଳାଏ ଜ୍ୟୋତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance