STORYMIRROR

Dr.Priyadarshee Praharaj

Abstract Classics Children

3  

Dr.Priyadarshee Praharaj

Abstract Classics Children

ଛେନାପୋଡ଼

ଛେନାପୋଡ଼

1 min
218


ସମୟର ଏ କି ଖେଳ

ତିଆରି ପ୍ରଣାଳି ସହଜ ହୋଇ

ପ୍ରସ୍ତୁତି ରେ ହୁଏ ବେଳ।

ସମ୍ଭାଳି ନ ହୁଏ ଲୋଭ

ଚୁଲି ଚାରି ପାଖ, ଏପଟ ସେପଟ

ମନରେ ଜାଗଇ କ୍ଷୋଭ ।

ଛେନାକୁ ଚିପୁଡି, ଗୁଣ୍ଡ ତାହା କରି,

ମିଶାଯାଏ ଗୁଡ଼, ଚିନି

ଦଳା ହୁଏ ପାପୁଲି ମୁହେଁ, ନରମ ହୋଇବ ଯେପରି ।

ଶାଳ ପତ୍ରେ ଗୁଡେ଼ଇ ତାକୁ,ଚୁଲିରେ ଦେଲେ ବସେଇ

ଚିନି ତରଳି, ଛେନା ବାନ୍ଧି ହୋଇ, 

ବାସିବ ଆଖ ପାଖ ନାକକୁ।

ଓଡ଼ିଆ ମିଠା, ଦୁନିଆ ବିଖ୍ୟାତ

ବାଦ୍ ଦିଏନି ଜଗନ୍ନାଥଙ୍କୁ,ପର୍ବ ପର୍ବାଣୀରେ ହୁଏ ପ୍ରସ୍ତୁତ

ଛପନ ଭୋଗରେ ସଦା ଗଣିତ।

ନିଆରା ସ୍ଵାଦ,ନିଆରା ରୁପାକୃତି,ଭୁଲି ହୁଏନି ମନେ,

ଖାଇଲେ ଆହୁରି ମନ ବଳାଏ

ସ୍ନାୟୁ ମୂଳେ ଛାପ ରୁହେ ସବୁ ଦିନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract