Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ପୁରାଣ

ପୁରାଣ

2 mins
119



   ଆମ ପ୍ରଥା ଆମ ପରମ୍ପରା

   ସତେ କେତେ ମହାନ

   ମୁନି ଋଷି ମାନଙ୍କ ପାଇଁ

   ସାରା ବିଶ୍ଵେ 

   ଆମ ସଂସ୍କାର ସଂସ୍କୃତି ର

   ହେଉଅଛି ପରା ଜୟ ଜୟ ଗାନ

   ରଚି ଯାଇଛନ୍ତି ଯାହା

   ଆମ ପୂର୍ବଜ

   ତାହା ଗୀତା ଭାଗବତ

   ଆମ ଅମୂଲ୍ୟ ରତ୍ନ ଆମ ପୁରାଣ ।


   ଆମ ପୁରା କାଳ କଥା

   ଆମ ଭୂତ ଭବିଷ୍ୟତ ଗାଥା

   ଯେଉଁଥିରେ ହୋଇଛି ବର୍ଣ୍ଣନ

   ଯେଉଁଥିରେ ଭରି ରହିଛି

    ଆମ ସାମାଜିକ ଚଳଣି

    ଯହିଁ ରେ ଆମ 

    ବିଧି ବ୍ୟବସ୍ଥାର ହୋଇଛି ଲିଖନ

    ସେ ଆମ ମହର୍ଷି ଦେବର୍ଷି

    ମାନଙ୍କ ଦ୍ଵାରା ହୋଇଅଛି ସମ୍ପାଦନ

    ଆମ ସଭିଙ୍କ ପାଇଁ ଗଢଇ

    ଜୀବିକା ଓ ଜୀବନ

    ସେ ଆମ ସଭିଙ୍କ ର ପ୍ରିୟ ପୁରାଣ ।


     ଆଧୁନିକତା ର ଚାପରେ

     କରୁଛେ ଆଜି ଜୟ ବିଜ୍ଞାନ

     ହେଲେ ଆମ ଶାସ୍ତ୍ର ଆମ ପୁରାଣ

     ଅଟେ ଭାଇ ଆମ ମହାନ

     କେତେ ଜ୍ଞାନ କେତେ ବିଜ୍ଞାନ

    ଦେଇଛି ଦେଉଛି ଆମକୁ ଆମ ପୁରାଣ

     ବିଶ୍ଵ ରଚନା ବିଶ୍ଵ ସଂରଚନା

     ଜ୍ୟୋତିର୍ବିଦ ଙ୍କ ଜ୍ଞାନ କୁ

     କେହି କେବେ ହେୟ ନ ମଣ

     ହେଲେ ଧର୍ମ ନାମରେ

     ଆମ ସାମାଜିକ ବଡ଼ପଣ୍ଡା ମାନେ

     କରନ୍ତି ଯେଉଁ ଶୋଷଣ

     ତାକୁ ହୁଏ ତ ଉଚିତ୍ ନ ମଣ

     ସଂସ୍କାର ସଂସ୍କୃତି ପରମ୍ପରାକୁ ଭାଙ୍ଗି

     ସବୁ ମିଥ୍ୟା ର ସମାହାର ନୁହେଁ

     ଆମ ଶାସ୍ତ୍ର ପୁରାଣ ।


      ଜାତି, ଧର୍ମ, ବର୍ଣ୍ଣ,ଲିଙ୍ଗ

      ପାର୍ଥକ୍ୟ କୁ କହୁ ନାହିଁ

      କେବେ ପୁରାଣ

      ମଣିଷ କାର୍ଯ୍ୟ ଧାରା ପାଇଁ

      ସମାଜେ ଶାନ୍ତି ମୈତ୍ରୀ ଏକତା

      ପ୍ରତିଷ୍ଠା ପାଇଁ

      ଧର୍ମ ର ହୋଇ ଥିଲା ଦିନେ ସ୍ଥାପନ

      ଏ ଘୃଣା, ଦ୍ଵେଷ, ହିଂସା

      ରାଜ ନୀତି ପାଇଁ

     କଳଙ୍କିତ ଆଜି ଆମ ଏ ପୁରାଣ ।


      ସୂର୍ଯ୍ୟ, ଚନ୍ଦ୍ର,ଗ୍ରହ ନକ୍ଷତ୍ରର

      ଯେଉଁ ଗତିବିଧି ଓ ଚଳନ

      ବାଉଁଶ ନଳୀ ରେ 

     କିପରି ଦେଖିଥିଲେ

     ପଠାଣି ସାମନ୍ତ ସେଦିନ ?

     ଜଗଦୀଶ ଚନ୍ଦ୍ର ବୋଷ

     ପାଇଥାନ୍ତେ ଯଦି ଉତ୍ତମ ଜ୍ଞାନ

     କରିପାରିଥାନ୍ତେ ତେବେ ପ୍ରଥମେ

     ଟେଲିଫୋନ ର ଉଦ୍ଭାବନ

     ହୁଏ ତ ଆଜି ଅଗ୍ରଗତି କରିଛି ବିଜ୍ଞାନ

     ଧର୍ମ ଭିତ୍ତିରେ ଶାସ୍ତ୍ର ଭିତ୍ତିରେ

     କେତେ ଦେଇଛି ଆମକୁ ଜ୍ଞାନ

      ଆମ ଶାସ୍ତ୍ର ପୁରାଣ ।


    ଅନ୍ଧବିଶ୍ୱାସ ଓ କୁସଂସ୍କାର କହି

   ସବୁକୁ ନ ମଣିବା ଆମେ ହେୟ ଜ୍ଞାନ

   ଆମ ପରମ୍ପରା ଓ ବେଦ ଉପନିଷଦ ରେ

   ସବୁଠି ନାହିଁ ରେ ଭାଇ ଅହିତ ର କଥା

   ସମାଜ ପାଇଁ ସବୁ ରେ ଦେଇନି

   ନକରାତ୍ମକ ବାର୍ତ୍ତା 

   ଏ କଥାଟିକୁ ସର୍ବେ ଦିଅ ଧ୍ୟାନ

    ଆମ ପରମ୍ପରା ଆମ ସଂସ୍କୃତି ସବୁ କୁ

    ନ କହିପାରିବା ଆମେ ଅକାରଣ

   ଜ୍ୟୋତିଷ ଶାସ୍ତ୍ର  

   ଜ୍ୟୋତିର୍ବିଜ୍ଞାନ ର ଅଂଶ ପୁଣ

   ଏ କଥାକୁ ଭାଇ ସଭିଏଁ ମାନିବା

   ସଂସାର ମଙ୍ଗଳ ସମାଜ ମଙ୍ଗଳ ପାଇଁ

  ଲେଖାଯାଇଅଛି ଯାହା ଆମ ଶାସ୍ତ୍ର ପୁରାଣ ।


    


  

      

      

    

    


  


      


Rate this content
Log in

Similar oriya poem from Abstract