ପୁଣି କେଉଁ ବେଳାରେ
ପୁଣି କେଉଁ ବେଳାରେ
କିଛି କଥା କହିବାକୁ
ଥିଲା ଏହି ମନରେ,
କହୁ କହୁ କଥା ସବୁ
ରହିଗଲା ମୋର ଓଠରେ।
ତମେ ଥିଲ ସେହି ସାଥି
ମୋର ମନ ମନ୍ଦିରେ,
କହୁଥିଲି ମନ କଥା
ଖୋଲି ତୁମ ଆଗରେ।
ହାରି ଗଲି ଆଜି ମୁହିଁ
ସତ ମଣି ଦୁନିଆରେ,
ଠକିଗଲି ତୁମ ପାସେ
ଭଳି ତମ କଥାରେ।
ତମେ ଥିଲ ମୋର ହୋଇ
ମୋର ଏହି ମନରେ,
ରହିଗଲ ଆଜି ପୁଣି
ଆଉ କାହା ସ୍ବପ୍ନରେ।
ଖୋଜେ ଆଜି ତୁମକୁ ମୁଁ
ଜଳି ଜଳି କୋହରେ,
ଦେଖାହେବ କେବେ ଯଦି
ପୁଣି କେଉଁ ବେଳାରେ ?