Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ବର୍ଷା ବିତାନ

ବର୍ଷା ବିତାନ

1 min
155



ଝରକା ସେପାଖେ ବରଷା ଝରୁଛି

ଗାଉଛି ବେସୁରା ଗୀତ

ଆପଣା ପଣରେ କୋଳେଇ ନେବାକୁ

ବଢାଇ ଦେଉଛି ହାତ I


ବରଷାରେ ଜମା ଭିଜିବନି ପ୍ରିୟା

ଦେହେ ଭରିଯିବ ତାତି

ଉଛୁଳି ଉଠିବ ପ୍ରେମର ସାଗର

ଦିନ ବି ଲାଗିବ ରାତି I


ବିରହ ବେଦନା ବରଷା ବିତାନେ

ପାଇଯିବ ଜୀବନ୍ୟାସ

ତୁମ ପ୍ରେମ ପାଇଁ ଲେଖି ହୋଇଯିବ

ଅଲିଖିତ ଇତିହାସ I


ଆସ ପ୍ରିୟତମା ଡେରି କରନାହିଁ

କବିତାରେ ଦିଅ ସ୍ୱର

ସ୍ଥିର ହୋଇଯାଉ ଅଭିମାନେ ଭରା

ବିଦେହୀ ମନଟା ମୋର I


ତୁମପାଇଁ ପ୍ରିୟା ସଜାଡି ରଖିଛି

ହୃଦୟନିଗିଡା ପ୍ରେମ

ତୁମପାଇଁ ସଖୀ ସପନ ଘୋଷୁଛି

ସପନେ ତୁମରି ନାମ I


ମୋ ଓଠେ ଦେଇଛ ହସର ଲହରୀ

ଆଖିରେ ଦେଇଛ ଲୁହ

ତଥାପି ହଜୁନି ହୃଦୟରୁ ମୋର

ନୀଳ ଜୋଛନାର ମୋହ I

      


Rate this content
Log in

Similar oriya poem from Romance