Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance

3  

Bharatabandhu Biswal

Romance

ରାଜହଂସୀ

ରାଜହଂସୀ

1 min
251



ରାଜହଂସୀକୁ ଦେଲେ ଆଉଁସି

ଲମ୍ବାଇ ଦିଏ ବେକ

ଛାଡି ଯାଏନି ତା ଯୋଡ଼ି ହଂସ

ପକାଏ ଖାଲି ଡାକ ।


ଖେଳି ବୁଲନ୍ତି ଆମେ ଦୁଆରେ

କୁହନ୍ତି ମନକଥା

ଦେଖିଲେ ତାଙ୍କୁ ଲାଗେ ଶରଧା

ହରେ ମନରୁ ବ୍ୟଥା ।


ଶାଢ଼ୀକୁ ପିନ୍ଧି ଚାଲିଲେ ଢଳି

ମନ ମୋ ଯାଏ ଭ୍ରମି

ମୋ ପ୍ରାଣ ପ୍ରିୟା ସତେ କି ଅବା

ବିରଳ ରାଜହଂସୀ ।


ମଥାରେ ପିନ୍ଧି ସିନ୍ଦୂର ଟୋପା

ହାତରେ ଶଙ୍ଖା ଚୁଡି

ମୋ ଚାରିପଟେ ଚକର କାଟେ

ଯାଏନି ପାଖ ଛାଡି ।


ସାଥି ଆମର ଏ ହଂସ ଯୋଡ଼ି

ଆମେ ପରାଣମିତ

ଅତୁଟ ଥାଉ ବନ୍ଧନ ଆମ

ସଂସାରେ ଥିବା ଯାକ ।

  --------


Rate this content
Log in

Similar oriya poem from Romance