STORYMIRROR

Anjana Naik,Anju..Deogarh

Fantasy

3  

Anjana Naik,Anju..Deogarh

Fantasy

ପ୍ରତ୍ୟେକ ସୋପାନରେ ଫଗୁଣ

ପ୍ରତ୍ୟେକ ସୋପାନରେ ଫଗୁଣ

1 min
141


ଫଗୁଣ ଆସିବ ବୋଲିତ

ପ୍ରୌଢ଼ତ୍ବରେ ବି ଖୋସିଛି 

ଗଭାରେ ଗଜରା ହାର

ଆଜି ଗଣୁଛି ବିତିଥିବା ଫଗୁଣର

ପ୍ରତ୍ୟେକ ପାଖୁଡ଼ା 

ଯାହା ଝରି ତଳେ ଲୋଟିଛି ଅତୀତର ।


ଫଗୁଣ ତ ଜୀବନର

ପ୍ରଥମ ଆଉ ଶେଷ ଅନୁଭୂତିର

ଅବର୍ଣ୍ଣନୀୟ ସୁନ୍ଦର ଉପଲବ୍ଧି 

ଫଗୁଣତ  ଛୁଇଁଯାଏ

ଜନ୍ମରୁ ଯୌବନ-ଜରାରୁ ଜୁଇ ଯାଏ 

ପ୍ରତ୍ୟେକ ସୋପାନରେ କାହାକୁ ଛନ୍ଦି ତ

କେବେ ଛଳନାର ଜାଲରେ ଫାନ୍ଦି  ।


ଫଗୁଣ ତ କୁନି ପାଦର

ଠୁକୁ ଠୁକୁ ଚାଲି ନୂଆଁ ପ୍ରଭାତର 

ଦେଖିବ ସେ ଦିଗନ୍ତ ପ୍ରସାରି ଆକାଶ

ଆଉ ଅସ୍ତଗାମୀ ଲାଲୀମା ସୂର୍ଯ୍ୟର

ଖଣ୍ଡି ଉଡା଼ ବେଳ, ଦେଖିନି ସେ ପତ୍ରଝଡ଼ା 

ଦେଖିନି ସେ ଝାଞ୍ଜି କି ତାଣ୍ଡବ ଶ୍ରାବଣର 

ପ୍ରଥମ ଫଗୁଣରେ ଅଣ୍ଟାଭିଡ଼େ ଦେଖିବ ସେ

ଯୌବନ, ମଧ୍ୟବୟସ ଓ ଜରାର ସୁନ୍ଦର ଅନୁଭବ

ରଚିବ ନିଶ୍ଚୟ ଏକ ମନଲୋଭା ଗନ୍ତାଘର ।


ଫଗୁଣ ତ ନବଯୌବନାର ଜ୍ୟୋସ୍ନା ବିଧୌତ 

ନୁଆଁ ଶାଢୀ଼ରେ ବନ୍ଧା ଗଣ୍ଠିଟିଏ

ଯାହା ପ୍ରତ୍ୟେକ ଶିହରଣରେ ସେ

ସରମିଯାଇ ତା କାନି ଧରିନିଏ 

ମନକଥା ପ୍ରକାଶ ନ କରି ଗୁଣୁଗୁଣୁ ହୁଏ ନିଜେ

ପୁଣି ଥିରିଥିରି ଗଣ୍ଠି ପକଉ ଥାଏ ଅଜସ୍ର 

ମଥା ନତ କରି ଅହରହ

ଓହଳି ଥିବା କାନିରେ ଚୋରା ଚାହାଣୀରେ ।


ଫଗୁଣ ତ ନୂଆଁ ପ୍ରେମିକାର

କଠିନ ପରୀକ୍ଷା ଯାହା ପରିଭାଷା ପ୍ରେମର

ମଉନ ତ ସମ୍ମତିର ହିଁ ଲକ୍ଷଣ 

ଠିକ୍ ବାଲିପଠାରେ ପାଦରେ ଟଣା ଗାର ।

ପ୍ରେମିକ ତ ଗପିଚାଲେ ପ୍ରଗଳଭତାରେ 

କେବେ ସୀମାରେ ତ କେବେ ଅସଂଯମରେ

କିନ୍ତୁ ସେ କଥା ହେଉ ହେଉ ତୁନିତୁନି

ବାରମ୍ବାର ଅନ୍ୟମନସ୍କତାରେ

ଧିରେଧିରେ ଗୋଡ଼ର ବୁଢ଼ା ଆଙ୍ଗୁଳିରେ

ତାର ଲଜ୍ଜାର ସୀମାରେଖା ଜାଣି

ଟାଣୁଥାଏ ବାରମ୍ବାର ବାଲିରେ ଶତଶତ ଗାର ।


ଫଗୁଣ ତ ରଙ୍ଗ ପାଖୁଡ଼ା କୃଷ୍ଣଚୁଡା଼ର 

ସକାଳୁ ଅଜାଡ଼ି ହୋଇ ପଡ଼ିଥାଏ 

ବାସି ସେଜରେ ତା ଅଳସରେ ପ୍ରେମିକର

ସଞ୍ଜ ନଇଁଗଲେ ନଦୀତୁଠେ ବସି

ରାହା ଦେଖେ ନିତି ମନ୍ଦଗାମୀ ଷୋଡ଼ଶୀର 

ମନେମନେ ଆଶାବାନ୍ଧେ ସାଥିକୁ ନେଇ

ସବୁ ସୀମାରେଖା ଡ଼େଇଁ ଉଡ଼ିଯିବ 

ଦୂର ଦିଗବଳୟେ 

ଯେଉଁଠି ନଥିବ ପ୍ରେମରେ ପ୍ରାଚୀର  ।


ଫଗୁଣ ତ ଅଭିଜ୍ଞତା ବୟସର 

କେବେ ଆଶା ବାଡ଼ିଟିଏ

ତ କେବେ ଚ଼ଷମା ବାର୍ଦ୍ଧକ୍ୟର

ଯିଏ ପ୍ରତ୍ୟେକ ସମ୍ପର୍କକୁ ସଠିକ୍ ବିନିଯୋଗ 

ପରିବେଷଣ କରି ଦୃଢ଼ କରିଥାଏ ଜୀବନୀକୁ

ଆଉ ପରିଣତ ବୟସରେ 

ଏକୁଟିଆ ହାତଛଡ଼ା ହୋଇ ବନିଯାଏ ଛାର 

ଜଞ୍ଜାଳମୟ ଘନଘୋର ଅନ୍ଧାର ରାତିରେ 

ଯାହା ଧକ୍କାଖାଇ ଅକ୍ଳେଶରେ

ଜୀବନଦୀପ ହୋଇଥାଏ ଚୁରମାର ତାହାର ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy