STORYMIRROR

Prasanna kumar sahu

Romance Tragedy

4  

Prasanna kumar sahu

Romance Tragedy

ପ୍ରତିଶୃତି ପ୍ରେମର

ପ୍ରତିଶୃତି ପ୍ରେମର

1 min
240


ମୋ ଭାଗ୍ୟରେ ତୁମେ

ଥିଲ ପ୍ରିୟା ମୋର

ମନେ ଆନନ୍ଦ ଖେଳୁଛି,

ମନରୁ ନୁହେଁ ମୁଁ

ହୃଦୟୁ କହୁଛି

ମୁଁ ପ୍ରତିଶ୍ରୁତି ଦେଉଛି।

ଖୁସିରେ ରଖିବି

ତୁମକୁ ହେ ପ୍ରିୟା

ସଦା ପ୍ରଚେଷ୍ଟା କରିବି,

ତୁମେ ଖୁସି ହେଲେ

ମୋ ଖୁସି ବଢିବ

ମୁଁ ଆତ୍ମ ତୁପ୍ତି ପାଇବି।

କହିବା ତୁମକୁ

ଲୋଡା ନାହିଁ ପ୍ରିୟେ

ତୁମ ମୁଖ ପଢ଼ି ନେବି,

ତୁମେ କେତେ ପ୍ରିୟେ

ଖୁସିରେ ରହିଛ

ସେତକ ଜାଣି ପାରିବି।

ଦୁଃଖ ତୁମର ମୁଁ

ଜାଣି ପାରିବି ହେ

ତୁମର ମୁଖକୁ ଚାହିଁ,

କାରଣ କିନ୍ତୁ ମୁଁ

ଜାଣି ପାରିବିନି

ସେତକ ଦେବ ହେ କହି।

ଦୁଃଖର କାରଣ

ଜାଣି ମୁଁ ପାରିଲେ

ପ୍ରାଣ ପଣେ ଚେଷ୍ଠା କରି,

ତୁମରି ଦୁଃଖକୁ

ଦୁରେଇବି ପ୍ରିୟା

ଆନନ୍ଦ ପାଇବ ଫେରି।

ତୁମ ସୁଖ ଅଟେ

ଆଦେଖା ସମ୍ପତ୍ତି

ଅଟଇ ହେ ମୋର ପାଇଁ,

ତାହାର ସୁରକ୍ଷା

କରିବି ନିଶ୍ଚିତ

କହେ ପ୍ରତିଶ୍ରୁତି ଦେଇ।

ଓହରିବି ନାହିଁ

ମୋ ପ୍ରତିଶ୍ରୁତିରୁ

ଆଜି କଥା ଦେଉଅଛି,

ମୁହିଁ ଥିବା ଯାଏଁ

ଖୁସିରେ ରହିବ

ଏ ବିଶ୍ୱାସ ମୋର ଅଛି।


Rate this content
Log in

Similar oriya poem from Romance