STORYMIRROR

Satyabati Swain

Fantasy

3  

Satyabati Swain

Fantasy

ପୃଥିବୀର ଆୟୁଷ ସରିଛି

ପୃଥିବୀର ଆୟୁଷ ସରିଛି

1 min
400

ଆକାଶର ପୁଣ୍ୟ ଅଙ୍ଗନର 

ପବିତ୍ର ଜହ୍ନ 

ପ୍ରତିବିମ୍ବିତ

କଦାକାର ତୁମ ପୃଥିବୀ 

ଗୋଳିଆ ସମୁଦ୍ରରେ

ଜହ୍ନର ତୋଫା ଆଲୁଅ

ମଳିନ କୁହୁଡ଼ିଆ।


ବେଳାଭୂମିରୁ ସାଉଁଟୁ ଥିଲି 

ଶାମୁକା

ଶାମୁକାରେ ଖୋଜୁଥିଲି ମୋତି

ତନ୍ମୟ ଥିଲି

ଭିଜୁଥିଲି ଲହଡି ଛିଟାରେ।


ତୁମ ହସରୁ ସାଉଁଟୁ ଥିଲି

ଖୁସି ଚୁନା ଫୁଲ

ହୃଦୟରୁ ଅଣ୍ଡାଳୁ ଥିଲି

ପ୍ରେମ

ଆଖିରୁ ପଢ଼ୁଥିଲି

ମୋ ପାଇଁ ସାଇତା ସ୍ୱପ୍ନ।


ବେଶ୍ ଖୁସି ଥିଲି

ହଠାତ୍ କଣ ହେଲା କେଜାଣି

ଲହଡିରେ ଭାସି ଗଲି

ଅଥଳ ସମୁଦ୍ର ଭିତରକୁ

ହଜିଗଲା ମୋ ସତ୍ତା

ସମୁଦ୍ର ଗଭୀର ଗର୍ଭରେ।


ସମୁଦ୍ର ଗର୍ଭବତୀ

ମୋତେ ଧାରଣ କରି

ମାସ ପୁରିଲେ ବି

ମୋତେ ଆଉ ଜନ୍ମ କରି ପାରୁନି

କେଉଁଠି ଜନ୍ମ କରିବ ଯେ

ପୃଥିବୀର ବା ଆୟୁଷ ସରିଛି !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy