ପ୍ରତାରଣା
ପ୍ରତାରଣା
ପ୍ରତାରଣା ବ୍ୟଥା, ଯାଉ ନାହିଁ ବୃଥା,
ଲୁହ ବୁନ୍ଦା ବୁନ୍ଦା, କହୁଛି କବିତା ।
ତୋ ଚେହେରା ମୋତେ, ଜହ୍ନରେ ଦିଶୁଛି,
ତାରା ତ କହୁଛି, ତୋ ହସିବା କଥା ।
କହିଥଲୁ ଦିନେ, ନୁହେଁ ମୁଁ ତୋ ରାମ,
ସେଇଥି ପାଇଁ ତୁ, ହେଲୁନି ମୋ ସୀତା ।
ତାରକସି ହାର, ତିଆରି କରୁଛି,
ସେଥିରେ ଖଞ୍ଜୁଛି, ଲୁହର ମୁକୁତା ।
ଦେଇଛୁ ଯାହା ତୁ, ଫେରାଇ ଦେଉଛି,
ବଦଳରେ ତୋତେ, ପ୍ରତାରଣା ଗାଥା ।
କବି ଇନାୟତ ଅଲୀ, ବାଲେଶ୍ବର।