STORYMIRROR

Nilakantha Dash

Thriller

3  

Nilakantha Dash

Thriller

ପ୍ରଶ୍ନ

ପ୍ରଶ୍ନ

1 min
339

କେବେ ଦେଖିଛ କି ପତିତାର ଆଖିକୋଣର ଲୁହକୁ?

ଅନୁୁୁଭବ କରିଛ କି ଧର୍ଷିତାର ବୁକୁ ତଳର କୋହକୁ?

ଅନ୍ତରର ବେଦନାକୁ,ଅନ୍ତର୍ଦାହକୁ?

ପୁରୁଷ ପ୍ରଧାନ ସମାଜର ମୁଁ ଲଳନାଟିଏ

ଅବଳା ,ଦୂୂର୍ବଳାର ପରିଚୟ ନେଇ

ମୁଁ ବଂଚିିିବାର ସଂଗ୍ରାମ କରେ।

କେବେ ଥରେ ପଚାରିଛ କିି ନିଜକୁ,ନିଜ ସମାଜକୁ

ମୁଁ କାହିିଁକି ପତିିିତା ହୁଏ?

ମୁଁ କାହିଁକି ଖବରର ଶିରୋନାମା ହୁଏ?

ରାଜନୀତି ର ପଶାପାଲିର ଗୋଟି ହୁଏ?

କେବେ ଥରେ ପଚାରିଛ କିି ନିଜକୁ,

ମୁଁ କଳଙ୍କିତ ହେବାର ପୃଷ୍ଠଭୂମିରେ କିିିଏ?

ହଁ,ମୋ ପାଇଁ ଯେତେସବୁ କୁବିିିଶେଷଣର

ବଜାର ହୁଏ,ହାଟ ବସେ

ମୁଁ ହୁଏ ବେଶ୍ୟା,ବାରଂଗନା, କୁଳଟା,ବାରଭୋଗ୍ୟା

ଆହୁରି କେତେ କଣ।

କିନ୍ତୁ କେବେ ଥରେ ଅନ୍ତର ଖୋଲି

ଚେତନ ସ୍ତରରେ ପଢିଛ କି,

ବେଦନାକ୍ତ ମୋ ମନ କାଗଜରେ ଲେଖାଥିବା ଭାଷାକୁ?

ମୁଁ ଏସବୁୁୁ ଶବ୍ଦ କୁୁ କାହିଁକି ପାଏ?

ତୁମ ପାଇଁ ନା?

ତୁମ କାମୁୁୁକ ଭାବନାର ପରିତୃପ୍ତି ପାଇଁ ନା?

ତୁମ କାମଲାଳସାର ଚରିତାର୍ଥ ପାଇଁ ନା?

କିନ୍ତୁ ଥରଟିଏ, ମାତ୍ର ଥରଟିଏ 

ନିଜ ହୃୃୃଦୟର ରୁଦ୍ଧଦ୍ୱାର ଖୋଲି ନିିିଜକୁ ପ୍ରଶ୍ନ କର

ମୋର ଏହି ସ୍ଥିିତି ପାଇଁ ଦାୟୀ କିଏ?

ମୁଁ?

ନା,ମୋ ଯୌବନକୁୁ,ମୋ ନାରୀତ୍ୱକୁ ଭୂଲୁଣ୍ଠିତ କରି

ମୋର ଅନିଛାରେ,

ଦାନବ ଭଳି ମୋତେ ଯିଏ ଉପଭୋଗ କରେ?

ଅବା,ମୋ ଆଘାତପ୍ରାପ୍ତ ପ୍ରାଣରେ ଯିଏ

ଜଳ ବଦଳରେ ଜହର ଢାଳେ ?

ପ୍ରଶ୍ନ ମୋର।ଉତ୍ତର ଆପଣଙ୍କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller