STORYMIRROR

Debjani Sathua

Action Thriller

4  

Debjani Sathua

Action Thriller

ଆଶାର ମରିଚିକା

ଆଶାର ମରିଚିକା

1 min
395

ମିଳେନା ସଭିଙ୍କୁ ଜୀବନେ ମୂଲ

             ସବୁ ସୁଢଳ ସୁନ୍ଦର, 

ହୁଏ ନାହିଁ ସହଜ

         ସଦା ସମ୍ଭାଳିବା

      ଏ ମେଦିନିରେ ବଞ୍ଚିବାର ଭାର ।


ସରଳ ନୁହେଁ ହସିବା

         ସମୟର ସୁନେଲି ବହ୍ନିରେ,

ନ ମିଳେ ଯେ ଧୂଆଁ 

          ସେଇ ଚିତ୍ରଭାନୁରେ ।


ବଞ୍ଚୁଥିଲେ ବି ପ୍ରତିକ୍ଷଣେ ମରି ମରି

           ଚଢିବାକୁ ହୁଏ ଜୀବନ ପାହାଚ

       ପୁଣି ମୃତ୍ୟୁକୁ ଡରି ଡରି ।


ଆକାଂକ୍ଷିତ ସ୍ୱପ୍ନର ପ୍ରସୂନ 

           ମିଳେନା କେତେବେଳେ ,

କୁହୁଡିର ପ୍ରହେଳିକା ପଛେ ,

          ଧାଇଁ ଧାଇଁ କାଳେ କାଳେ। 


କେତେ ଯେ ଥାଏ ମରିଚିକା ,

        ଶୈଳସମ ଜୀବନ ମରୁବାଲିରେ ;

ଅବିଶ୍ରାନ୍ତ ଚାଲିବା ସାଧ୍ୟ ତ ନୁହେଁ 

          ବିନ୍ଦୁ ବିନ୍ଦୁ ଅମ୍ବୂର ଆଶାରେ।

 

ମାନେ ନାହିଁ ନ ଥାଏ          

ପ୍ରୀତି ପିୟୁଷ କେଉଁଠି ,

ମିଳେନା ସେଠି କିନ୍ତୁ

           ଆଶାଟି ଥାଏ ଯେଉଁଠି ।


ଆକର୍ଷେ ସଦା ସୁଦୂର

           ଶିଖରୀ ସବୁଜ ସୁନ୍ଦର, 

 ବଦଳେନା ଦୁନିଆଁ ଆନର ,

         ଥାଏ ଯାହା ଅଧିକ ଛନ୍ଦା ଜାଲର ।


 ବଦଳେନା ପଥ ଦୁର୍ଗମ କେବେହେଁ, 

              ଯାହା ବିହିର ରଚନା ,

 ଚାଲନ୍ତି ସର୍ବେ ନିଜ ନିଜ ଧାରେ 

             ସେ ତ ନିୟତିର ସୃଜନା ।


 ହୁଏନାହିଁ ଶେଷ କେବେ

               ଜୀବନେ ସଂଗ୍ରାମ, 

ଜୀବ ଥିବାଯାକେ ସଂସାରେ 

               ନାହଁ ଯୁଦ୍ଧ ବିରାମ। 


ବିନା ସଂଘର୍ଷ ପ୍ରାପ୍ତିରେ

             ନାହିଁ ଯେ ତୃପ୍ତି ,

ତିକ୍ତ ମନର ଶକ୍ତିକୁ 

           ବାନ୍ଧେ ଅଲେଖା ଚୁକ୍ତି ।


ଆଗେଇ ଚାଲ ଲଢୁଆ ମଣିଷର

         ଅଭିଳାଷା ନେଇ ସଦାସର୍ବଦା ,

ନଚେତ୍ ତିଷ୍ଠିବାକୁ

     ଦେବନି କେବେ ବିଶ୍ୱମ୍ଭରା

            ଲେଲିହାନ ଆଖିର ଉଗ୍ରତା ।



Rate this content
Log in

Similar oriya poem from Action